ଅପରାଧ ରାଜ୍ୟ

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ୫ ଅଭିଯୁକ୍ତ ଗିରଫ

ଯାଜପୁର ୧୯।୭: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗ୍ରାମରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ମାମୁଁ ପୁଅ ଭାଇକୁ ଭଲ ପାଇ ତାଙ୍କ ସହ ଘରୁ ଚାଲି […]

ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଜବତ, ମହିଳା ଗିରଫ

ଦେବଗଡ ୧୮/ ୦୭: ଦେବଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ଚଢାଉ । ଚୋରା ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଚୋରା ଗଞ୍ଜେଇ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ରେଙ୍ଗାଳବାହାଳ ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ସ୍ତ୍ରୀ ମଞ୍ଜୁ ସାହୁ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଅଞ୍ଚଳରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଧରପଗଡ ଚାଲିଥିବା ବେଳେ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଶ୍ରମ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରର ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ, ୧୮/୦୭: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଜଣକ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କହଁର । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବାବେଳେ ଫୁଲବାଣୀ ମେଡିକାଲରେ ପହଞ୍ଚିଵା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଯାଇଥିଵା କୁହାଯାଉଛି l ତେଵେ, ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବାପରେ ଚିକିତ୍ସା […]

ଅପରାଧ ରାଜ୍ୟ

କମୁନି ଜାଇକା ଯନ୍ତ୍ରଣା, ଦୋଷ ଲୁଚାଇବାକୁ ଲୁଚାଛଫାରେ ମରାମତି କରିଦେଲେ ଯନ୍ତ୍ରୀ

କଟକ ୧୮/ ୦୭: କଟକରେ କମୁନି ଜାଇକା ଯନ୍ତ୍ରଣା । ଚାରି ଫୁଟ ଦବିଗଲା କଟକ-ତୁଳସୀପୁର ହାଇକୋର୍ଟ କଲୋନୀ ରାସ୍ତା । ଫଳରେ ଜନ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ତାଳିପକା କାମ ଆରମ୍ଭ ହୋଇଛି । କିନ୍ତୁ ସମସ୍ୟା କେବଳ ସେହି ଗୋଟିଏ ସ୍ଥାନର ନୁହେଁ । ସେଲ୍ଟର ଛକରୁ ବିଜୁ ପଟ୍ଟନାୟକ ଛକ ଯାଏଁ ଲମ୍ବିଥିବା ପ୍ରାୟ ତିନି କିଲୋମିଟର ବିଶିଷ୍ଟ ରାସ୍ତାରେ ଏମିତି ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ଯେଉଁଠି କେତେବେଳେ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଦର୍ଶ ସ୍କୁଲରେ ତାଲା ପକାଇଲେ ଅଭିଭାବକ, ଶିକ୍ଷୟିତ୍ରୀଙ୍କ ବହିଷ୍କାର ଦାବି

ଢେଙ୍କାନାଳ ୧୮।୭: ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ଓଡିଶା ଆଦର୍ଶ ସ୍କୁଲରେ ତାଲା ପକାଇ ଦେଇଛନ୍ତି ଅଭିଭାବକ । ସଦର ଥାନା ଅନ୍ତର୍ଗତ ଅଂକରାନ୍ତିପୁରଠାରେ ଅବସ୍ଥିତ ଏହି ଆଦର୍ଶ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସ୍କୁଲରେ ଅବସ୍ଥାପିତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ମାନମାନି ଓ ବ୍ୟବହାରରେ ଅଭିଭାବକମାନେ ଅତିଷ୍ଠ ହୋଇ ଏହି ପ୍ରତିବାଦ କରିଛନ୍ତି । ଯାହାକୁ ନେଇ ସ୍କୁଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । […]