ଦେଶ ବିଦେଶ ମନୋରଞ୍ଜନ

ସିଙ୍ଗର ଅଦନାନ୍‌ ସାମି ଡିଲିଟ୍‌ କଲେ ଇନଷ୍ଟାର ସମସ୍ତ ପୋଷ୍ଟ, କହିଲେ- ଅଲବିଦା

ମୁମ୍ବାଇ ୨୦।୦୭: ବଲିଉଡ୍‌ ଗାୟକ ଅଦନାନ୍ ସାମି ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ଯେତେବେଳେ ସେ ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅଦନାନ୍ ଏପରି ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅଲବିଦା ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖି ପ୍ରଶଂସକମାନେ ଚିନ୍ତିତ ଅଛନ୍ତି ଯେ ସେ ଏହା କାହିଁକି କଲେ। ବର୍ତ୍ତମାନ ଏହାର ଏହାକୁ […]

ଅପରାଧ ରାଜ୍ୟ

କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

ଘଟଗାଁ ୨୦।୭: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ ୧୩ ଲକ୍ଷ ଟଙ୍କାର ଅଫିମ ଜବତ ହୋଇଛି । ଏହାସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗାଁ ନିକଟରେ ପୋଲିସ ଧରିଥିଲା । ଗାଡିରୁ ୯ କିଲୋ ୯୪୦ ଗ୍ରାମ ଅଫିମ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର […]

ଅପରାଧ ରାଜ୍ୟ

ଗଞ୍ଜେଇ ଚାଲାଣ ବେଳେ ଅଟୋ ଓ ବାଇକ୍ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ ୨୦।୭: କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା l ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ବରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ଅଟୋ ଓ ଦୁଇଟି ବାଇକ୍ ସହ ୭୦ କେଜି ଗଞ୍ଜେଇ ଜବତ କରିଛି l ଏଥିରେ ସମ୍ପୃକ୍ତ ଥିବା ୨ ଗଞ୍ଜେଇ ମାଫିଆକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା […]

ଅପରାଧ ଦେଶ ବିଦେଶ

ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା : ପଥର ଖନନ ରୋକିବା ବେଳେ ଗାଡି ଚଢାଇଦେଲେ ମାଫିଆ

ନୂଆଦିଲ୍ଲୀ, ୧୯/୦୭: ଡିଏସପିଙ୍କୁ ଗାଡି ଚଢାଇ ହତ୍ୟା । ହରିୟାଣାରେ ଜମି ଓ ପଥର ମାଫିଆମାନେ ଜଣେ ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା କରିଛନ୍ତି । ଚଢଉ ପାଇଁ ପୋଲିସ ଅଧିକାରୀଜଣଙ୍କ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।ପ୍ରାଣ ହରାଇଥିବା ଅଧିକାରୀ ହେଲେ ସୁରେନ୍ଦ୍ର ବିଶ୍ରାଇ । ସୂଚନାନୁସାରେ, ସୁରେନ୍ଦ୍ର ବିଶ୍ରାଇ ହରିୟାଣା ନୁହୁ ନିକଟବର୍ତ୍ତୀ ଏକ ପାହାଡ ନିକଟକୁ ପଥର ଚୋରି ରୋକିବା ପାଇଁ ଯାଇଥିଲେ । ଚଢଉ ବେଳେ ସେ ଏକ […]

ଅପରାଧ ଦେଶ ବିଦେଶ

ଗର୍ଭବତୀ ହେଲେ ଦୁଇ ମହିଳା କଏଦୀ, ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଲା

ନୂଆଦିଲ୍ଲୀ: ଜେଲ୍‌ରେ ସଜା କାଟୁଥିବା ଦୁଇ ମହିଳା ଗର୍ଭବତୀ ହୋଇଛନ୍ତି। ଆଉ ଏହି ମହିଳାଙ୍କୁ ଗର୍ଭବତୀ କରିଛନ୍ତି ଜଣେ କିନ୍ନର କଏଦୀ। ମାମଲା ସାମ୍ନାକୁ ଆସିବା ପରେ କିନ୍ନରଙ୍କୁ ମହିଳା ଜେଲ୍‌ରୁ ହଟାଇ ପୁରୁଷ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏବେ ଉକ୍ତ କିନ୍ନର କଏଦୀ ନୂତନ ଜେଲ୍‌ରେ ତାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ହେଉଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ଜେଲ୍‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାମଲା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି। ଏହି ମାମଲା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଛକୁଣ୍ଡ ପୋଲିସ୍‌କୁ ବଡ଼ ସଫଳତା: କମାଣ୍ଡର ଜିପ୍‌ରୁ ଧରାପଡିଲା ୨୦ଲକ୍ଷ ଟଙ୍କାର ଗଞ୍ଜେଇ, ଡ୍ରାଇଭର ଫେରାର୍

ଲମତାପୁଟ ୧୯/୦୭ : କମାଣ୍ଡର ଜିପ୍ ରୁ ୨୦ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ । ଜଲାପୁଟରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଲମତାପୁଟ ପୋଲସ ସଗର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । କମାଣ୍ଡର ଗାଡି ଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । ପୋଲିସ କୁ ଦେଖି ଗାଡି ବୁଲାଇ ଲାମାତାପୁଟ ଅଭିମୁଖେ ଚାଲି ଯାଇଥିଲା […]

ଅପରାଧ ରାଜ୍ୟ

ମୋବାଇଲ୍ ଆପ୍‌ ଜରିଆରେ ଋଣ ନେଇ ଫସିଗଲେ ବ୍ୟବସାୟୀ, ପ୍ରାୟ ୧୦ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ

ସୁନ୍ଦରଗଡ ୧୯।୭: ସାବଧାନ, ମାତିଛନ୍ତି ସାଇବର ଠକ । ଅନଲାଇନରେ ଆଖି ପିଛୁଳାକେ ନେଇ ଯାଉଛି ଲକ୍ଷ ଲକ୍ଷ ଟଙ୍କା । ଶିକ୍ଷିତ ଓ ଦକ୍ଷ ବ୍ୟବସାୟୀ ମଧ୍ୟ ବାଦ ପଡୁ ନାହାନ୍ତି ଏପରି ଠକଙ୍କ ପଞ୍ଝାରୁ । ଏଭଳି ସାଇବର ଠକେଇ ଘଟଣା ଘଟିଛି ସୁନ୍ଦରଗଡ ସହର ଡଂଗିଭୋଡି ଅଞ୍ଚଳରେ । ଜଣେ ଯୁବ ବ୍ୟବସାୟୀ ମୋବାଇଲ ଆପ୍ ବ୍ୟବହାର କରି ଋଣ ନେଇଥିବା ବେଳେ ପରେ ଠକାମୀର ଶିକାର ହୋଇ ପୈଠ କରିଛନ୍ତି ଲକ୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ : ଦୋକାନ ସମ୍ମୁଖରେ ଲାଗିବ ‘ନୋ ମାସ୍କ, ନୋ ଏଣ୍ଟ୍ରି’ ଓ ‘ନୋ ମାସ୍କ, ନୋ ଗୁଡ୍‌ସ’ର ବୋର୍ଡ

ବ୍ରହ୍ମପୁର ୧୯।୦୭: ବଢୁଛି କରୋନା ସଂକ୍ରମଣ । କଠୋଇ ହେଲା ବ୍ରହ୍ମପୁର ମହାନଗର ନିଗମ । ଏଣିକି ସହରରେ ବାଧ୍ୟତାମୂଳକ ହେଲା ମାସ୍କ । ଯଦି କେହି ବି କୋଭିଡ଼ ନିୟମକୁ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଦଣ୍ଡିତ ମଧ୍ୟ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ଦୋକାନୀ ଦୋକାନ ସମ୍ମୁଖରେ ‘ନୋ […]

ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ୩ ଫଟୋଗ୍ରାଫରଙ୍କଠୁ ଲୁଟ୍, ୭ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଟିଟିଲାଗଡ ୧୯।୭: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ପର୍ଯ୍ୟଟନସ୍ଥଳି ଭୀମଡୁଙ୍ଗୁରୀଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ତିନି ଜଣ ଫଟୋଗ୍ରାଫରଙ୍କଠାରୁ ଲୁଟ୍ ହୋଇଛି । ତିନି ଜଣ ଲୁଟେରା ବାଇକରେ ଆସି ଲୁଟି ନେଲେ ୭ ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ I ବାଇକ୍ ଚାବି ମଧ୍ୟ ଲୁଟିନେଲେ ଲୁଟେରା I ଲୁଟର ଶିକାର ଯୁବକମାନେ ହେଲେ ରାହୁଲ ଜୁଆଡ଼, ସୁଶାନ୍ତ ଶେଖର ହୋତା ଓ ସୁନୀଲ ଭୋଇ I ଲୁଟେରାମାନେ ଗାଡି ନଂ ଓଡି୦୩୦୪୪୨ରେ ଆସି […]

ଅପରାଧ ରାଜ୍ୟ

ବନ୍ଦ କୋଠରୀରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସହ ପୋଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନବରଙ୍ଗପୁର, ୧ ୯ /୭: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଏକ ବନ୍ଦ କୋଠରୀ ମଧ୍ୟରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀ ଫେରାର୍ ହୋଇଯାଇଥିବା ବେଳେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରି ଓଢଣୀରେ ଟାଙ୍ଗିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ । ଅଭିଯୁକ୍ତକୁ ଗିରଫ କରାଗଲେ ହିଁ ମୃତଦେହର ପୋଷ୍ଟମଟମ୍ କରାଯିବ ବୋଲି ଦାବି କରିଛନ୍ତି ପରିବାର ଲୋକେ । ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ […]