ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ଛାତ୍ରୀଙ୍କୁ ଚୁମ୍ୱନ ଦେବାକୁ ବାଧ୍ୟ କରୁଛନ୍ତି ଶିକ୍ଷକ

ହାଟଡିହି ୧୯/୦୭: ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଅନେକ ଜାଗାରେ ଶିକ୍ଷକମାନେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରି ଜଣେ ଦୁଇଜଣ ଶିକ୍ଷକଙ୍କ ପାଇଁ ଏବେ ସମଗ୍ର ଶିକ୍ଷକ ସମାଜ ନିନ୍ଦିତ ହେଉଛନ୍ତି। ଏପରି ଏକ ଘଟଣା ଘଟିଛି ହାଟଡ଼ିହି ବ୍ଲକ ଗୋପାଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀମାନଙ୍କୁ ଚୁମା ଦେବାକୁ ବାଧ୍ୟ କରୁଥିବା ବେଳେ କିଛି ଛାତ୍ରୀଙ୍କୁ ଡାକି କୋଳରେ ବସାଉଛନ୍ତି। ଏହାକୁ ନେଇ ଛାତ୍ରୀଙ୍କ […]

ଅପରାଧ ରାଜ୍ୟ

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ଜରିମାନା ଦଣ୍ଡ ଶୁଣାଇଲେ କୋର୍ଟ

ଫୁଲବାଣୀ, ୧ ୯ /୭: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ । ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଏହି ଶୁଣାଣି କରିଛନ୍ତି । ଘଟଣାରେ ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ଶୁଣାଣି କରିଛନ୍ତି । ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହିର ସିପୁ ବେହେରା (୩୧)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ […]

ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୩୮ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଅଦାଲତ

ଜୟପୁର ୧୯/୦୭: ନାବାଳିକା ସହ ଗଣ ଦୁଷ୍କର୍ମ ଘଟଣାରେ ଜୟପୁର ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟର ଐତିହାସିକ ରାୟ। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଦୀପ କୁମାର ସାମଲ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କନ୍ଦପାନକୁ ୩୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି। ଆଇପିସିର ବିଭିନ୍ନ ଧାରାରେ ଅଦଲତଦୋଷୀକୁ ଏହି ରାୟ ଶୁଣାଇଛନ୍ତି ।ଜୟପୁର ପୋକ୍ସୋ କୋର୍ଟରେ ଦୋଷୀକୁ ଆଜୀବନ କାରାଦଣ୍ଡ ବ୍ୟତୀତ ୩୮ ବର୍ଷ ପାଇଁ କାରାଦଣ୍ଡ ଘୋଷଣା ହେବା […]

ଦେଶ ବିଦେଶ ମନୋରଞ୍ଜନ

ନିଆ ଶର୍ମାଙ୍କ ଗ୍ଲାମରସ୍‌ ଲୁକ୍‌, କାର୍‌ ଭିତରେ କଲେ ହଟ୍‌ ଫଟୋ ସୁଟ୍‌

ମୁମ୍ବାଇ ୧୯।୦୭ : ସୋସିଆଲ୍‌ ମିଡିଆରେ ପୁଣି ନିଆ ଶର୍ମାଙ୍କ ଜଲଓ୍ୱା । କାର୍‌ ଭିତରେ କଲେ ହଟ୍‌ ଫଟୋ ସୁଟ୍‌ । ଯାହାକୁ ନେଇ କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ମତ ଦେଲେ ଫ୍ୟାନ୍‌ । ଖବର ଅନୁଯାୟୀ, ଟିଭି ଇଣ୍ଟଷ୍ଟ୍ରିରେ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅନ୍ୟତମ ନିଆ ଶର୍ମା । ସବୁ ବେଳେ ନିଜର ଫ୍ୟାସନ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି ନିଆ ଶର୍ମା । ଏପିରିକି ତାଙ୍କର ଅତରଙ୍ଗୀ ଡ୍ରେସିଂ ଷ୍ଟାଇଲ୍‌କୁ ନେଇ […]

ଅପରାଧ ରାଜ୍ୟ

ଆଶିଷ ହତ୍ୟାକାଣ୍ଡ ଘଟଣାରେ ତନାଘନା, ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ବାଲିପାଟଣା ୧୯।୦୭ : ଦୁଇ ଦିନିଆ ରିମାଣ୍ଡରେ ତିନି ଅଭିଯୁକ୍ତ । ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ । ଖବର ଅନୁଯାୟୀ, ଏକତରଫା ପ୍ରେମକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାର ତଦନ୍ତ କରି ବାଲିପାଟଣା ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ତିନି ଅଭିଯୁକ୍ତ ରାଜ କିଶୋର ଦାସ, ଦୁର୍ଯ୍ୟୋଧନ […]

ଅପରାଧ ରାଜ୍ୟ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

କାମାକ୍ଷାନଗର ୧୯।୦୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ହାତୀଲୁଚାଣି ଛକରେ ଭୟଙ୍କର ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ହାତୀଲୁଚାଣି ଛକରେ ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହା ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ହୋଇଛି । ମୃତ […]

ଅପରାଧ ରାଜ୍ୟ

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ, ୨୦୨୦ ତୁଳନାରେ ୨୧ରେ ବୃଦ୍ଧି ପାଇଁ ସବୁପ୍ରକାର ହିଂସା

ଭୁବନେଶ୍ୱର ୧୯।୦୭: ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ। ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି ହେଉଥିବା ବେଳେ ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି ବୋଲି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଭାବେ ଉତ୍ତର ଦେଇଛନ୍ତି । ସେହି ଲିଖିତ ଉତ୍ତରରେ ଆହୁରୀ ମଧ୍ୟ […]

ଧର୍ମ ରାଜ୍ୟ

ବୁଧବାର ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ

ପୁରୀ ୧୯।୭: ଆସନ୍ତା ୨୦ ତାରିଖ ବୁଧବାର ଅବସରରେ ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜିଉମାନଙ୍କ ‘ବନକଲାଗି’ ବା’ ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୫୨୮ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୯/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଶାଳକଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଆଇନଜୀବୀ ଭିଣୋଇ ଗିରଫ

ସମ୍ବଲପୁର ୧୯।୭: ସମ୍ବଲପୁର କଚେରୀ ଛକରେ ନିଜ ଶାଳକଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଭିଣୋଇ ପଞ୍ଚାନନ ଦାସ ଗିରଫ । ଅଭିଯୁକ୍ତ ଜଣକ ଆଇନଜୀବୀ ହୋଇଥିବାରୁ ତାଙ୍କୁ ସମ୍ବଲପୁର ବାର୍ ଆସୋସିଏସନରୁ ନିଲମ୍ବିତ କରାଯାଇଛି । ଏନେଇ ବାର୍ ଆସୋସିଏସନ୍ ଏକ ପତ୍ର ନୋଟିସ ମାଧ୍ୟମରେ ଜଣାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସମୟରେ ନିଜ ଶ୍ବଶୁରଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ପାରିବାରିକ ଗଣ୍ଡଗୋଳ ପାଇଁ […]