ରାଜ୍ୟ ସ୍ୱାସ୍ଥ୍ୟ

ହଜାରେ ତଳକୁ ଖସିଲା କରୋନା, ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୭୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୭।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଲଗାତର ଭାବେ କିଛି ଦିନ ହେଲା ଏକ ହଜାର ଉପରେ ରହୁଥିଲା କରୋନା । କିନ୍ତୁ ଏହା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ […]

ଅପରାଧ ରାଜ୍ୟ

ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ ! ଦେହରେ ରହିଛି କ୍ଷତାକ୍ତ ଚିହ୍ନ

କଟକ ୧୭।୦୭: ଡେଲିଭରୀ ବୟଙ୍କ କ୍ଷତାକ୍ତ ମୃତଦେହ ଠାବ । କଟକ ସ୍ଥିତ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଆଇନ ବିଶ୍ୱବିଦ୍ୟାଳୟ ନିକଟରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ମୃତକ ଖାଦ୍ୟ […]

ଖେଳ ଦେଶ ବିଦେଶ

ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ବାଂଲାଦେଶ ବ୍ୟାଟର ତମିମ ଇକବାଲ

ଢାକା: ବାଂଲାଦେଶ ବ୍ୟାଟର ତମିମ ଇକ୍‌ବାଲଙ୍କ ଅଚାନକ ଅବସର ଘୋଷଣା। ରବିବାର(ଜୁଲାଇ ୧୭)ତତ୍‌କାଳ ପ୍ରଭାବରେ ଟି-୨୦ରୁ ଅବସର ଗ୍ରହଣ କଲେ ତମିମ ଇକବାଲ। ଗୁୟାନା ଷ୍ଟାଡିୟମ୍‌ରେ ବାଂଲାଦେଶ ୱେଷ୍ଟଇଣ୍ଡିଜ୍‌କୁ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ୪ୱିକେଟ୍‌ରେ ପରାସ୍ତ କରିବା ପରେ ହଠାତ୍ ଅବସର ଘୋଷଣା କରିଛନ୍ତି ତମିମ ଇକବାଲ। ଏନେଇ ସେ ତାଙ୍କ ଫେସ୍‌ବୁକରେ ପୋଷ୍ଟରେ ସୂଚନା ଦେଇଛନ୍ତି। ଫେସ୍‌ବୁକରେ ପୋଷ୍ଟ କରି ସେ ଲେଖିଛନ୍ତି “ଆଜିଠାରୁ ମୁଁ ଟି-୨୦ରୁ ଅବସର ନେଲି ବୋଲି ଭାବନ୍ତୁ। […]

ଅପରାଧ ରାଜ୍ୟ

ପଳାଶୁଣୀ ମାନସ ହତ୍ୟାକାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୧୭।୦୭ : ପଳାଶୁଣୀ ମାନସ ହତ୍ୟାକାଣ୍ଡ ମାମଲା । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା । ଖବର ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ବିଏମ୍‌ସିର ଏକ ଅଳିଆ ପ୍ଲାଣ୍ଟରେ ମାନସଙ୍କୁ ହତ୍ୟା କରି ତା ଉପରେ ଭଙ୍ଗା ଇଟା ଘୋଡାଇ ଫେରାର ହୋଇଯଇଥିଲେ ଦୁର୍ବୃତ୍ତ । […]

ଅପରାଧ ରାଜ୍ୟ

ଡାହାଣୀ ସନ୍ଦେହ, ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ମାରିଦେଲେ ପଡୋଶୀ

ରାଇରଙ୍ଗପୁର ୧୭।୦୭ : ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ବଡ଼ାମତଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଗାଙ୍ଗୀ ଜାମୁଦା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜାମଦା ଥାନା ବଡାମତଳିଆ ଗାଁର ଗାଙ୍ଗୀ ଜମୁଦା ନଳକୂପକୁ ଗାଧେଇବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ପଡୋଶୀ ମଦନ ପିଙ୍ଗୁଆ(୬୦) ଡାହାଣୀ ସନ୍ଦେହ […]

ଅପରାଧ ରାଜ୍ୟ

ଗାଧୋଇବାକୁ ଯାଇଥିଲେ ମହିଳା, ପାଣିର ସୁଅରେ ଭାସିଗଲେ ଧୀରମଣୀ

ବୌଦ୍ଧ ୧୭।୦୭: ବୌଦ୍ଧ ଗିରାସୀଙ୍ଗା ଗାଁରେ ଅଘଟଣ । ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ମହିଳା ନିଖୋଜ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ସାଲୁଙ୍ଖୀ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା । ଯାହାଫଳରେ ନଦୀରେ ଭାସିଯାଇଥିଲେ ମହିଳା । ନିଖୋଜ ମହିଳା ଜଣକ ଗିରାସୀଙ୍ଗା ଗାଁର ଧୀରମଣି ଅମାତ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ […]