Author: NewsLaxmi7

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ଏହି ଅବସରରେ ସେ କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ। ଆଜି ମୁଁ ବହୁତ ଭାବବିହ୍ଵୋଳ ହୋଇଗଲି। ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି। ମୁଁ ଖୁବ୍ ବ୍ୟଥିତ ହେଲି। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି। ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ। ଆଜି ବିଧାନସଭା ଆସିଛି। କିନ୍ତୁ ବାପା ଦେଖିବାକୁ ନାହାନ୍ତି।

Read More

ଖଇରପୁଟ: ରୋଜଗାର ସନ୍ଧାନରେ ଗାଁ ଛାଡ଼ି ହାଇଦ୍ରାବାଦ ଯାଇଥିବା ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଆଉ ଜଣେ ଦାଦନର ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ବଳରାମ ବଡାନାୟକଙ୍କ ମୃତ୍ୟୁ ଘଟିଛି। ବଣ୍ଡାଘାଟିବାସୀନ୍ଦା ୩ ଜଣ ଯୁବକଙ୍କୁ ହରାଇ ଆଖିରୁ ଲୁହ ଶୁଖି ନଥିବା ବେଳେ ଆଉ ଜଣଙ୍କ ମୃତ୍ୟୁକୁ ସହ୍ୟ କରିପାରୁନାହାନ୍ତି। ମୃତଦେହକୁ ଜନ୍ମମାଟି ବଡପଡାକୁ ଆଣୁଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡପଡା ଗ୍ରାମର ୫ଜଣ ଓ ଗଇଗୁଡା ଗ୍ରାମର ଜଣେ ଶ୍ରମିକ ରୋଜଗାର ସନ୍ଧାନରେ ଦୁଇ ମାସ ତଳେ ହାଇଦ୍ରାବାଦ ଯାଇଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କୋଠା ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଚଳିତମାସ ୭ ତାରିଖ ଦିନ ସକାଳ ପ୍ରାୟ ୭ଟାରେ ଗୋଟିଏ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ବାହାର କରିବା ସମୟରେ ଅତଡ଼ା ଖସି ପଡ଼ିଥିଲା। ଯାହାଫଳରେ ତଳେ ଚାପି ହୋଇ…

Read More

ଭୁବନେଶ୍ବର: ନିଜର ଷ୍ଟାର୍ଟ ଅପ୍‌କୁ ଫ୍ରାଞ୍ଚାଇଜ୍ ଦେଇ ରୋଜଗାର ଦେବାର ଆଶା ଆଳରେ କୋଟି କୋଟି ଟଙ୍କା ଠକେଇ କରିଥିବା ବଡ଼ ଧୂର୍ତ୍ତକୁ ଧରିଛି କମିସନେରଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌। ତାରକା ହୋଟେଲରୁ ତାରକା ଠକେଇର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବଡ଼ବଡ଼ ମଲ୍‌ରେ ଅଫିସ୍‌ ଖୋଲି ଲୋକଙ୍କୁ ଚୂନ ଲଗାଉଥିବା ଏହି ଅଭିଯୁକ୍ତ ହେଲା ବରଗଡ଼ ଜିଲ୍ଲା କେନ୍ଦୁପାଲି ଅଇଁଣ୍ଠାପାଲିର ସଚ୍ଚିଦାନନ୍ଦ ଭୋଇ(୪୮)। ଏହି ଅଭିନବ ଠକେଇ ବଳରେ ସେ ୫ କୋଟିରୁ ଅଧିକ ଟଙ୍କା ଠକିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ‌କିନ୍ତୁ ସେ ଅଧିକ ଟଙ୍କା ଠକେଇ କରିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତ ଚାଲିଥିବାରୁ ଏନେଇ ପୁଲିସ ସ୍ପଷ୍ଟ କରିନାହିଁ। ଡିଏନ୍‌ ଅକ୍ସି ପାର୍କସ୍ଥିତ ତା’ ଅଫିସରେ ଚଢ଼ଉ କରି ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ସେ ଚଢ଼ୁଥିବା ଟାଟା ସଫାରୀ ଗାଡ଼ି ଜବତ କରିଛି। ଅଭିଯୁକ୍ତ…

Read More

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗତକାଲି ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମାଙ୍କର ମୃତ୍ୟୁ ହୋଇଯାଇଛି | ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ହୋଇ ପରିବାରର ସଦସ୍ୟ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଉ ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଆଜି ଘରର ବର୍ତମାନ ମୁଖ୍ୟ ଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି |ସୋହେଲା ମାଷ୍ଟରପଡ଼ାର ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ନିଜ ପରିବାର ପୋଷଣ କରୁଥିଲେ। ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା (୨୩)ଙ୍କୁ ନେଇ ତାଙ୍କ ଛୋଟିଆ ସଂସାର। ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ଆସି ସୋହେଲାରେ ତାଙ୍କ ବାପାଙ୍କ…

Read More

ନୂଆଦିଲ୍ଲୀ: ଚଳିତମାସ ୯ ତାରିଖରୁ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ  ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବାବେଳେ ସେମାନଙ୍କର ଆତିଥ୍ୟକୁ ନେଇ ଭାରତ ସରକାର ବେଶ ତତ୍ପର ହୋଇସାରିଛନ୍ତି।ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀର ବିଭିନ୍ନ ଗୁରତ୍ବପୁର୍ଣ୍ଣ ସ୍ଥାନରେ ବିଭିନ୍ନ ରାଜ୍ୟର ସ୍ଥାପତ୍ୟ କଳାକୁ ପ୍ରର୍ଦଶିତ କରାଯାଇଛି ଯାହା ଫଳରେ  ରାଜଧାନୀ ଦିଲ୍ଲୀର  ଚିତ୍ର ସଂପୁର୍ଣ୍ଣରୁପେ ବଦଳି ଯାଇଛି। ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶ‌ରେ  ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା  ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି। ଓଡିଶାର ପାରମ୍ପାରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରର୍ଦଶୀତ କରାଯାଇଛି।ଦିଲ୍ଲୀର ସୌଦନ୍ଦୀକରଣ କାର୍ଯ୍ୟରେ ସୁର୍ଦଶନ ସାହୁଙ୍କୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଯଥେଷ୍ଟ…

Read More

ବ୍ରହ୍ମପୁର: ଶିଳ୍ପବିହୀନ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରୋଜଗାର ନ ପାଇ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି। ଜିଲ୍ଲାର ପ୍ରାୟ ୫ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି। ସେଥିମଧ୍ୟରୁ କେବଳ ସୁରତ ସହରରେ ୩ରୁ ସାଢ଼େ ୩ଲକ୍ଷ ଲୋକ ଅଛନ୍ତି। ସୁରତରେ ଥିବା ସୂତାକଳ ଓ ବୟନଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଏହି ଶ୍ରମିକମାନେ କାମ କରୁଛନ୍ତି। ଏବେ ଏହି ବୟନଶିଳ୍ପ କାରବାର ସୁରତର ଅର୍ଥନୀତିର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାର ମେରୁଦଣ୍ଡ ସାଜିଛନ୍ତି ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ। କିନ୍ତୁ ଏମାନଙ୍କୁ ଗଞ୍ଜାମ ଜିଲ୍ଲାରେ ଥଇଥାନ କରିବାରେ ରାଜ୍ୟ ସରକାର ଫେଲ୍‌ ହୋଇଛନ୍ତି। ଆସିକାର ବହୁ ପୁରାତନ ବାଲାଜୀ ସମବାୟ ସୂତାକଳରେ ୧୫ ବର୍ଷ ହେଲା ତାଲା ପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ କେବଳ ଘୋଷଣାରେ ରହିଗଲା। ଫଳରେ ଗଞ୍ଜାମ…

Read More

ଭୁବନେଶ୍ବର: ବାପୁଜୀନଗରରେ ଜବରଦଖଲ ସମସ୍ୟା ସାଧାରଣ ନାଗରିକଙ୍କ ପାଇଁ କାଳ ହୋଇଛି। ରାସ୍ତା ଉପରେ ଘର ହୋଇଛି। ଖାଲି ଜାଗାରେ ଦୋକାନ ହୋଇଛି। ପୁଣି କିଏ ଲୁହା ଗ୍ରିଲ୍‌ ଲଗାଇ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିଦେଇଛି। ବର୍ଷ ବର୍ଷ ଧରି ସରକାରୀ ଜାଗାରୁ କୋଟି କୋଟି ଟଙ୍କା ରୋଜଗାର କରି ଜବରଦଖଲକାରୀ ମାଲେମାଲ୍‌ ହେଉଛନ୍ତି। କିଛି ଅଧିକାରୀଙ୍କ ପକେଟ ମଧ୍ୟ ଗରମ ହେଉଛି। କିନ୍ତୁ ଉଚ୍ଛେଦ କରିବାକୁ ବିଭାଗୀୟ ଅଧିକାରୀ ସାହସ ଜୁଟାଇ ପାରୁ ନାହାନ୍ତି। ଏହାର ଏକ ବଡ଼ ପ୍ରମାଣ ହେଉଛି, ୪୭ ବର୍ଷ ହେଲା ଏକ କୋଠା ଉଚ୍ଛେଦ ପାଇଁ ଆଦେଶ ହୋଇଥିଲେ ମଧ୍ୟ ଆଦେଶ କାର୍ଯ୍ୟକାରୀ ହେଉନାହିଁ। ଜିଏ (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ବିଭାଗ ନାଟର ଗୋବର୍ଦ୍ଧନ ସାଜିଛି। ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବା କହି ଅଧିକାରୀମାନେ ଜବରଦଖଲକାରୀକୁ ସୁରକ୍ଷା ଦେଇଛନ୍ତି। କିନ୍ତୁ ବାସ୍ତବରେ ହାଇକୋର୍ଟ ଅଭିଯୋଗକାରୀଙ୍କ ଆବେଦନର ଶୁଣାଣି କରି ଜିଏ ବିଭାଗକୁ…

Read More

ରାଉରକେଲା: ‌ଖୁବଶୀଘ୍ର ବହୁ ପ୍ରତିକ୍ଷୀତ ପୁରୀ-ରାଉରକେଲା ବନ୍ଦେଭାରତ ଟ୍ରେନ୍‌ ଚାଲିବ। ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦେଭାରତ ଗଡ଼ିବ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ କିନ୍ତୁ ଆନୁଷ୍ଠାନିକ ସୂଚନା ଆସିନଥିବା ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସୂଚନାରୁ ପ୍ରକାଶ। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ନ ହେଲେ ମଧ୍ୟ ଦ୍ବିତୀୟ ସପ୍ତାହ ଭିତରେ ଏହି ଟ୍ରେନ ଗଡ଼ିବାର ସମ୍ଭାବନା ସର୍ବାଧିକ। ତେବେ ଏହି ପ୍ରସ୍ତାବିତ ବନ୍ଦେଭାରତର ଗତିକୁ ନେଇ ଏବେଠାରୁ ଅସନ୍ତୋଷ ଦେଖିବାକୁ ମିଳିଲାଣି। ୫୦୫ କିଲୋମିଟର ଅତିକ୍ରମ କରିବାକୁ ଥିବା ଏହି ଟ୍ରେନ୍‌ର ହାରାହାରି ଗତି ଘଣ୍ଟାପ୍ରତି ୬୬.୨୪ କିଲୋମିଟର ରହିବ। ଏହା ହେଉଛି ଦେଶରେ ଚାଲିଥିବା ଅନ୍ୟାନ୍ୟ ବନ୍ଦେଭାରତ ଏକ୍ସପ୍ରେସ୍‌ ତୁଳନାରେ ଢ଼େର୍‌ କମ୍‌। ଦେଶସାରା ଗଡ଼ୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ର ଗତିକୁ ଘଣ୍ଟାପ୍ରତି ୧୩୦ କିଲୋମିଟରରେ ସୀମିତ ରଖାଯାଇଛି। ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାରୀ କର୍ମୀ ଚନ୍ଦ୍ର ‌ଶେଖର ଗୌଡ଼ଙ୍କୁ ମିଳିଥିବା ଆର୍‌ଟିଆଇର ତଥ୍ୟ ଅନୁସାରେ, ଗତ ୨୦୨୧-୨୨ରେ ଦେଶବ୍ୟାପୀ ଚାଲୁଥିବା…

Read More

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଅବକାରୀ ଏଏସଆଇ ଭାବେ କାର୍ଯ୍ୟରତ ଥିବା ସୁଦୀପ୍ତ ଦାଶଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି | ଏହି ଚଢ଼ାଉରେ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିବାବେଳେ ସୁଦୀପ୍ତଙ୍କ ନୟାଗଡରେ ଥିବା ନିଜ ଘର, ଭଡା ଘର, ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଚାଲିଛି |

Read More

ଭୁବନେଶ୍ବର: ବାପୁଜୀନଗରରେ ଜବରଦଖଲ ସମସ୍ୟା ସାଧାରଣ ନାଗରିକଙ୍କ ପାଇଁ କାଳ ହୋଇଛି। ରାସ୍ତା ଉପରେ ଘର ହୋଇଛି। ଖାଲି ଜାଗାରେ ଦୋକାନ ହୋଇଛି। ପୁଣି କିଏ ଲୁହା ଗ୍ରିଲ୍‌ ଲଗାଇ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିଦେଇଛି। ବର୍ଷ ବର୍ଷ ଧରି ସରକାରୀ ଜାଗାରୁ କୋଟି କୋଟି ଟଙ୍କା ରୋଜଗାର କରି ଜବରଦଖଲକାରୀ ମାଲେମାଲ୍‌ ହେଉଛନ୍ତି। କିଛି ଅଧିକାରୀଙ୍କ ପକେଟ ମଧ୍ୟ ଗରମ ହେଉଛି। କିନ୍ତୁ ଉଚ୍ଛେଦ କରିବାକୁ ବିଭାଗୀୟ ଅଧିକାରୀ ସାହସ ଜୁଟାଇ ପାରୁ ନାହାନ୍ତି। ଏହାର ଏକ ବଡ଼ ପ୍ରମାଣ ହେଉଛି, ୪୭ ବର୍ଷ ହେଲା ଏକ କୋଠା ଉଚ୍ଛେଦ ପାଇଁ ଆଦେଶ ହୋଇଥିଲେ ମଧ୍ୟ ଆଦେଶ କାର୍ଯ୍ୟକାରୀ ହେଉନାହିଁ। ଜିଏ (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ବିଭାଗ ନାଟର ଗୋବର୍ଦ୍ଧନ ସାଜିଛି। ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବା କହି ଅଧିକାରୀମାନେ ଜବରଦଖଲକାରୀକୁ ସୁରକ୍ଷା ଦେଇଛନ୍ତି। କିନ୍ତୁ ବାସ୍ତବରେ ହାଇକୋର୍ଟ ଅଭିଯୋଗକାରୀଙ୍କ ଆବେଦନର ଶୁଣାଣି କରି ଜିଏ ବିଭାଗକୁ…

Read More