ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ବିରୁଦ୍ଧ ଲଢେଇରେ ଭାରତର ଆଉ ଏକ ବଡ଼ ସଫଳତା, ୨୦୦ କୋଟି ଟିକାକରଣର ଛୁଇଁଲା ମାଇଲଖୁଣ୍ଟ

ନୂଆଦିଲ୍ଲୀ: କରୋନା ଟିକାକରଣ ଅଭିଯାନରେ ଭାରତ ୨ ବିଲିୟନ ଅର୍ଥାତ ୨୦୦ କୋଟି ଡୋଜ ଟିକା ପ୍ରଦାନ କରି ଇତିହାସ ରଚିଛି । କେବଳ ୧୮ମାସରେ ଏହି ଉପଲବ୍ଧି ହାସଲ କରି ଭାରତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଟିକାକରଣରେ ୧୦୦ କୋଟି ଛୁଇଁଥିଲା ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜୁଲାଇ ୧୭, […]

ଅପରାଧ ରାଜ୍ୟ

ନଈ ପାର ବେଳେ ସ୍ରୋତରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଟାଙ୍ଗୀ, ୧୭।୦୭: ଲଗାଣ ବର୍ଷା ଯୋଗୁଁ ନଈରେ ପ୍ରଖର ସ୍ରୋତ ଆସିଥିବା ବେଳେ ଏହି ସ୍ରୋତରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଛକଡିପୁର ଗାଁର ରମାକାନ୍ତ ସାସମଲ । ବିଲକୁ ଯାଇ ସେଠାରେ ନଈ ପାର ହେଉଥିବା ବେଳେ ସ୍ରୋତରେ ଭାସି ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବିଭାଗ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅପରାଧ ରାଜ୍ୟ

ବାଇକ୍‌ ଚୋରି କରି ଥାନାରେ ଛାଡିଦେଲେ ଲୁଟେରା, ସିସିଟିଭି ଯାଞ୍ଚରୁ ଲିଙ୍କ ପାଇଲା ପୋଲିସ

ଭଦ୍ରକ ୧୭।୦୭ : ଚୋରି କରି ଥାନାରେ ଛାଡିଦେଲା ବାଇକ୍‌ । ପରେ ସିସିଟିଭିରୁ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଗିରଫ ସହ ୧୦ ବାଇକ୍‌ ଜବତ କରିଛି ଭଦ୍ରକ ପୋଲିସ । ଖବର ଅନୁଯାୟୀ, ଭଦ୍ରକ ସହରର ସମରାଇପୁର ଅଞ୍ଚଳର ଅଜୟ ମଲ୍ଲିକଙ୍କ ଗାଡି ଚୋରି ହୋଇଥିଲା । ଏତଲା ଆଧାରରେ ତଦନ୍ତ ବେଳେ ଚୋରା ବାଇକଟି ଭଦ୍ରକ ଟାଉନ ଥାନାରେ ପରିସରରେ ମିଳିଥିଲା । ପରେ ଟାଉନ […]

ଅପରାଧ ରାଜ୍ୟ

ଚାଷ ଜମିରୁ ମିଳିଲା ଅଜଣା ମୃତଦେହ, ହତ୍ୟା ନା ଆଉ କିଛି ?

ଚଣ୍ଡିଖୋଲ ୧୭।୦୭ : ଚାଷ ବିଲରୁ ଯୁବକଙ୍କ ମୃତଦେହ ଠାବ । ଏଯାଏଁ ମିଳିନି ମୃତକଙ୍କ ପରିଚୟ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବନ୍ଦାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବିଲ ଭିତରେ ମୃତଦେହଟି ଭାସୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ବଡଚଣା ପୋଲିସ ଖବର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୦୫୨୮ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୭/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]