ଅପରାଧ ରାଜ୍ୟ

ମଙ୍ଗଳବାରଠୁ ଘରୁ ପଳାଇ ଆସିଥିଲେ ଦିଅର-ଭାଉଜ : ଜଙ୍ଗଲରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ଉଦଳା ୨୩।୭: ଜଙ୍ଗଲ ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ମୃତଦେହ ମିଳିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଶନିବାର ସକାଳେ ସ୍ଥାନୀୟ ଲୋକ ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା […]

ରାଜ୍ୟ ରାଶିଫଳ

ଜୁଲାଇ ୨୩ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ଆଜିର କାମଗୁଡିକ ସମ୍ପନ୍ନ କରିପାରିବେ।ବିପଦରୁ ଉଧୁରି ଯାଇପାରନ୍ତି। ପ୍ରତାରିତ ହେବା ଆଶା କରାଯାଏ। ବାଦ-ବିବାଦରେ ଅନୁତପ୍ତ ହୋଇପାରନ୍ତି। ମଧୁର ଭାଷାରେ ବିରୋଧୀଙ୍କୁ ଆୟ କରିପାରନ୍ତି। ଶୁଭ ରଙ୍ଗ:~ ବ୍ରାଉନ୍‌, ଶୁଭ ଅଙ୍କ:~୩ ଚାଷୀ-ଉତ୍ତମ ବିହନ,କୃଷି ବିଭାଗରୁ ଆଣନ୍ତୁ ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ଛାତ୍ରଛାତ୍ରୀ-ବିଜ୍ଞ ହେବେ କର୍ମଜୀବି- ପ୍ରଶଂସିତ ହେବେ ବ୍ୟବସାୟୀ- ଅର୍ଥ ଲାଭ ହେବ ଗୃହିଣୀ- ସୁଖ ଅନୁଭବ କରିବେ ବୃଷ:~ଲାଗି ରହିଥିବା ପାରିବାରିକ ସମସ୍ୟାର ସରଳ […]

ରାଜ୍ୟ ସ୍ୱାସ୍ଥ୍ୟ

ରାୟଗଡ଼ାରେ ହଇଜା ଆତଙ୍କ, ୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ରାୟଗଡ଼ା ୨୩।୦୭ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦)। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯ ହୋଇଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଖବର ଅନୁଯାୟୀ, ଗତ କିଛି ଦିନ ହେବ ଅର୍ଜୁନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମେଡିକାଲ ଚିକିତ୍ସା ପରେ […]

ଅପରାଧ ରାଜ୍ୟ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ, ଝିଅକୁ ଗାଳି କରୁଥିବା ବେଳେ କରିଥିଲେ ବିରୋଧ

କାମାକ୍ଷାନଗର ୨୩।୦୭ : ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଘଟଣା । ସାମାନ୍ୟ ବଚସାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ପର୍ଶୁରାମ ବାରିକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପର୍ଶୁରାମଙ୍କ ସାନ ଝିଅ ସୁଲୋଚନା ବେହେରା, ସେହି ଗାଁର ରମଣ ବେହେରାଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ […]

ଅପରାଧ ରାଜ୍ୟ

ସୂଚନାଅଧିକାର କର୍ମୀ ହତ୍ୟା ଘଟଣା, ତିନି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା ୨୩।୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡାର ସୂଚନାଅଧିକାର କର୍ମୀ ତଥା ବାଟlଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଆକ୍ସନ । ମାମଲାରେ ମୋଷ୍ଟ ୱାଣ୍ଟେଡ କୁହାଯାଉଥିବା ବବୁଲୁ ମୁନୀ ଗିରଫ । ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ବବୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ l ଖବର ଅନୁଯାୟୀ, ୨୦୧୯ ଡିସେମ୍ବର ୧୦ ତାରିଖ ଦିନ ସକାଳ ୮ଟାରେ ଅଭିମନ୍ୟୁ ବାଲିଗୁଡା ପାତ୍ର ସାହିସ୍ଥିତ ନିଜ ଘରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ, ପରଖିଲେ ଛାତ୍ରଛାତ୍ରୀଙ୍କ ଭୁଲ୍‌

ପାଟଣା ୨୩।୦୭ : ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ। କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କର ସାଧାରଣ ଜ୍ଞାନ ପରଖିଥିଲେ ବିଧାୟକ । ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ କିଛି ପିଲା ଭୁଲ୍ ଲେଖିଥିଲେ । ଏପିରିକି ପିଲାଙ୍କର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହଜାରେ ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୩।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୫୪୯୯କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ପିଟିଲେ ସହକାରୀ ଶିକ୍ଷକ : ପିଠି ଓ ଗୋଡରେ ଲାଗିଛି ଆଘାତ !

ବୌଦ୍ଧ ୨୩।୭: ସରକାର ପ୍ରତ୍ୟକ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ ମାରି ଶିକ୍ଷାଦାନ କରିପାରିବେ ନାହିଁ ବୋଲି ନିୟମ କରିଛନ୍ତି । କିନ୍ତୁ ସବୁ ନିୟମକୁ ଭଙ୍ଗ କରି ନିଜେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରି ଲୁହଲୁହାଣ କରିଥିବା ନେଇ ନିଜେ ଛାତ୍ର ଓ ଅଭିଭାବକ ଅଭିଯୋଗ ଆଣିଛନ୍ତି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ […]

ଅପରାଧ ରାଜ୍ୟ

ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

ଜଟଣୀ ୨୩।୦୭: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜଟଣୀ ଥାନା କୁଶୁମାଟି ଗାଁରୁ ମିଳିଛି ଏହି ମୃତଦେହ । ମୃତକ ହେଲେ ଝୁନା ମହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ବାମୀ ସିଦ୍ଧାର୍ଥ ପରିଡାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଜଟଣୀ ପୋଲିସ । ଯୌତୁକ ପାଇଁ ହତ୍ୟା କରାଯିବା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍ ହାର ୯୪.୪ %

ନୂଆଦିଲ୍ଲୀ, ୨୨/୦୭: ସିବିଏସଇ ଦଶମ ଟର୍ମ ୨ ବୋର୍ଡ ରେଜଲ୍ଟ ପ୍ରକାଶିତ ହୋଇଛି । ଏହାପୂର୍ବରୁ ସକାଳେ ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଦେଇଛନ୍ତି ସେମାନେ cbseresults.nic.inରେ ନିଜର ଫଳ ଜାଣିପାରିବେ । ପରୀକ୍ଷା ଦେଇଥିବା ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଚଳିତବର୍ଷ ପାସ୍ ହାର ରହିଛି ୯୪.୪ %। ରେଜଲ୍ଟ ଜାଣିବାକୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟ୍ ଲଗଇନ୍ କରିବାକୁ ହେବ । […]