ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାୟା ମେଲାଉଛି ମଙ୍କିପକ୍ସ : ଆମେରିକାର ଦୁଇ ଶିଶୁଙ୍କ ଠାରେ ଚିହ୍ନଟ ହେଲା ଘାତକ ଭାଇରସ

ନୂଆଦିଲ୍ଲୀ ୨୩/୦୭: ସାରା ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ କବଳରେ କେବଳ ବୟସ୍କ ନୁହେଁ ବରଂ ଛୋଟ ଶିଶୁ ବି ଆସିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କାଲିଫର୍ଣ୍ଣିଆର ଜଣେ ଶିଶୁ ଓ ଆଉ ଜଣେ ନବଜାତକ ଶିଶୁଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଆମେରିକା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଦେଶରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଭାଇରସ ମିଳିଛି । ଏହାପୂର୍ବରୁ ଏଥିରେ କେବଳ ବୟସ୍କମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତିରେ : ଜଣେ ମୃତ, ୧୭ ଆକ୍ରାନ୍ତ

ନବରଙ୍ଗପୁର ୨୩।୭: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ବ୍ୟାପିଛି ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।ଆଉ ୧୭ ଜଣ ଆକ୍ରାନ୍ତ ଅଛନ୍ତି । ଖଡ଼ିଆଗୁଡା ଗାଁରେ ମେଡ଼ିକାଲ ଟିମ କ୍ୟାମ୍ପ କରି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଉପରେ ନଜର ରଖିଛି । ସରକାରୀ ରିପୋର୍ଟ ଅନୁସାରେ, ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୨ ରହିଛି, କିଛି ଦିନ […]

ଅପରାଧ ରାଜ୍ୟ

ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଦେଖା ମିଳୁନି, ସିକ୍ୟୁରିଟି ଗାର୍ଡ କରୁଛନ୍ତି ରୋଗୀ ସେବା

ଫୁଲବାଣୀ ୨୩।୭: ସରକାର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଡାକ୍ତର, ନର୍ସ, ଆଟେଣ୍ଡlଣ୍ଟଙ୍କ ଦେଖାମିଳୁନି । ଫଳରେ ସିକ୍ୟୁରିଟି ଗାର୍ଡ କରୁଛନ୍ତି ରୋଗୀ ସେବା । ଏଭଳି ସ୍ଥିତିରେ ରୋଗୀ କିଭଳି ସ୍ବାସ୍ଥ୍ୟସେବା ପାଉଥିବେ ଏଥିରୁ ଜଣାପଡୁଛି ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ମହକୁମା ମୁଖ୍ୟ ଡାକ୍ତରଖାନାରେ । ସୂଚନାଯୋଗ୍ୟ ଯେ, ଫୁଲବାଣୀ ସଦର ମହକୁମା ଡାକ୍ତରଖାନରେ ନାରାୟଣୀ ରୋଡର […]

ମନୋରଞ୍ଜନ ରାଜ୍ୟ

ପଦାରେ ପଡ଼ିଲା ବାବୁଶାନ୍ ପ୍ରକୃତିଙ୍କ ପ୍ରେମ ! ପ୍ରକୃତିଙ୍କୁ ରାସ୍ତାରେ ପିଟିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର 23/07 : ଗୋଟେ ଷ୍ଟାର କଳି ତୁଟୁନି। କୋର୍ଟ କଚେରୀରେ ତାରିଖ ଗଡ଼ୁଛି। ଏପଟେ ଓଲିଉଡ଼ର ଆଉ ଜଣେ ଟପ୍ ଷ୍ଟାର କଳି ପଡ଼ିଲା ପଦାରେ। ଓଲିଉଡ୍ ଚକୋଲେଟ୍ ବୟ ବାବୁଶାନ ମହାନ୍ତିଙ୍କୁ ନେଇ ଚର୍ଚ୍ଚା। ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ବାବୁଶାନଙ୍କ ସହ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ କରିଛନ୍ତି ଖୁଲାସା । ତା ପୁଣି ଏମିତି ସେମିତି ନୁହେଁ ପୂରା ଫିଲ୍ମ ଷ୍ଟାଇଲରେ। ବିଚ୍ ରାସ୍ତାରେ ମାଡ଼ ମାରି। ପ୍ରକୃତିଙ୍କ […]

ଅପରାଧ ରାଜ୍ୟ

ପୂର୍ବ ବିବାଦରୁ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ପତ୍ନୀ

ନିଶ୍ଚିନ୍ତକୋଇଲି ୨୩।୭: ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା କଣ୍ଟାପାରୀ ଗାଁ ଛକରେ । ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ନିଜ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ହୋଇଥିବା ସାମ୍ବାଦିକଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମନରେଗା କାମକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦରୁ ଏଭଳି ଘଟଣା ଘଟିଥିବା ସୂଚନା […]

ଅପରାଧ ଦେଶ ବିଦେଶ

ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ, ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ଇଡି

ନୂଆଦିଲ୍ଲୀ ୨୩/୦୭: ପଶ୍ଚିମବଙ୍ଗ ଶିକ୍ଷା ଦୁର୍ନୀତିର ତଦନ୍ତ ଏବେ ମନ୍ତ୍ରୀଙ୍କ ପାଖରେ ପହଁଚିଛି । ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଶୁକ୍ରବାରଠୁ ଇଡି ତଦନ୍ତ କରୁଥିଲା । ଏବେ ପାର୍ଥଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ସକାଳେ ପାର୍ଥ ସ୍ୱାସ୍ଥ୍ୟ ଖରାପ ଥିବା କହିଥିଲେ ।ଏହାପରେ ଡାକ୍ତରଙ୍କ ଟିମ୍ ପାର୍ଥଙ୍କ ବାସଭବନରେ ପହଁଚିଥିଲା । ରିପୋର୍ଟ ଅନୁସାରେ, ପାର୍ଥଙ୍କୁ ଗିରଫ କରାଯାଇ ମେଡିକାଲ ନିଆଯାଇଛି । ସେଠାରୁ ତାଙ୍କୁ କୋଲକାତାର […]

ଅପରାଧ ଦେଶ ବିଦେଶ

ଟିଏମସି ମନ୍ତ୍ରୀ ପାର୍ଥ ଚଟାର୍ଜିଙ୍କ ସମ୍ପର୍କୀୟଙ୍କ ଘରୁ ଜବତ ହେଲା ୨୦ କୋଟି ଟଙ୍କା, ବିଜେପି କହିଲା- ପିକଚର ଅଭି ବାକି ହୈ…

ନୂଆଦିଲ୍ଲୀ : ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, “ୟେ ତୋ ବେସ୍ ଟ୍ରେଲର ହୈ, ପିକଚର ଅଭି ବାକି ହୈ… ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା । ବିଭିନ୍ନ ସ୍ଥାନରେ ଇଡି […]

ଅପରାଧ ଦେଶ ବିଦେଶ

କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର, ୫ ମୃତ

ନୂଆଦିଲ୍ଲୀ ୨୩/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର । ୫ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହାଥରସରେ । ସୂଚନାନୁସାରେ, ହାଥରସ ଥାନା ଦେଇ ଯାଇଥିବା ଆଗ୍ରା ରାସ୍ତାରେ କିଛି କାଉଡିଆ ପାଣି ନେଇ ଯାଉଥିଲେ । ସେମାନେ ନିକଟସ୍ଥ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତେ । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ […]