ନୂଆଦିଲ୍ଲୀ ୨୩/୦୭: ପଶ୍ଚିମବଙ୍ଗ ଶିକ୍ଷା ଦୁର୍ନୀତିର ତଦନ୍ତ ଏବେ ମନ୍ତ୍ରୀଙ୍କ ପାଖରେ ପହଁଚିଛି । ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଶୁକ୍ରବାରଠୁ ଇଡି ତଦନ୍ତ କରୁଥିଲା । ଏବେ ପାର୍ଥଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ସକାଳେ ପାର୍ଥ ସ୍ୱାସ୍ଥ୍ୟ ଖରାପ ଥିବା କହିଥିଲେ ।ଏହାପରେ ଡାକ୍ତରଙ୍କ ଟିମ୍ ପାର୍ଥଙ୍କ ବାସଭବନରେ ପହଁଚିଥିଲା ।
ରିପୋର୍ଟ ଅନୁସାରେ, ପାର୍ଥଙ୍କୁ ଗିରଫ କରାଯାଇ ମେଡିକାଲ ନିଆଯାଇଛି । ସେଠାରୁ ତାଙ୍କୁ କୋଲକାତାର ସିଜିଓ କମ୍ପ୍ଲେକ୍ସ ନିଆଯିବ ।
ସେହିପରି ପାର୍ଥଙ୍କ ନିକଟସ୍ଥ କୁହାଯାଉଥିବା ଅର୍ପିତା ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ଚଢଉ କରିଥିଲା । ଅର୍ପିତାଙ୍କ ଘରୁ ପ୍ରାୟ ୨୦ କୋଟି ନଗଦ ଟଙ୍କା ଜବତ ହୋଇଥିଲା । ତେବେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦୁର୍ନୀତି ଅଭିଯୁକ୍ତ ପାର୍ଥଙ୍କ ଘରେ ତଦନ୍ତକାରୀ ସଂସ୍ଥା ରେଡ୍ କରିଥିଲା ।