ପରିବେଶ ପ୍ରତି ବିପଦ କନ୍ଦାକୁଡ଼ା ପଥର ଖାଦାନ: ରାଜସ୍ବ ସଂଗ୍ରହ ଆଳରେ ଭୁଲୁଣ୍ଠିତ ହେବ ଜଙ୍ଗଲ
ଝାରସୁଗୁଡ଼ା: ଗୋଟିଏ ପଟେ ଜଙ୍ଗଲ ସଂରକ୍ଷଣ ପାଇଁ ପଦକ୍ଷେପ କଥା କୁହାଯାଉଥିବା ବେଳେ ଆଉ ଗୋଟେ ପଟେ ଘଞ୍ଚ ବନାନୀକୁ ନଷ୍ଟ କରିବା ପାଇଁ ବାଟ ଫିଟାଇ ଦିଆଯାଉଛି। ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା କଥା ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ରହିଛଇ ମାତ୍ର ୧୫ ପ୍ରତିଶତ ଜଙ୍ଗଲ। ଯାହାକି ଅଧାରୁ ମଧ୍ୟ କମ୍ ଅଟେ। ଜିଲ୍ଲାରେ ଥିବା ଖଣି, ଖାଦାନ, କାରଖାନା ଏବଂ ବଢ଼ୁଥିବା ସହର ଯୋଗୁଁ ଜଙ୍ଗଲ ଜମି […]