ଉଦଳା ୬।୮: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରେ ଶନିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି । ମୃତକ ହେଲେ ନୂଆଗାଁ ଗ୍ରାମର ଜଗନ୍ନାଥ ବିନ୍ଧାଣି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଏହା ଏକ ଦୁର୍ଘଟଣା ନା’ ହତ୍ୟା ତାହାକୁ ନେଇ ଖୋଳତାଡ କରୁଛି କପ୍ତିପଦା ପୋଲିସ ।
Trending
- ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ
- ବସ୍-ଡମ୍ଫର ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର
- ବିଜେପି ଛାଡ଼ିଲେ ରମାରଞ୍ଜନ
- ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ
- ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
- ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ
- ପୁଲିସ ଗାଡ଼ି ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଥାନା ଅଧିକାରୀ
- ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
Saturday, May 18