ଅନାଥ ଶିଶୁଙ୍କ ଟଙ୍କାକୁ ବି ଖାଇଦେଲେ, ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ସୁପାରିଶ
ବାଲେଶ୍ବର: ବାଲେଶ୍ବର ଉତ୍କଳ ବାଳାଶ୍ରମରେ ଅନାଥ, ଗରିବ ଓ ଅସହାୟ ପିଲାଙ୍କ ନିମନ୍ତେ ଆସିଥିବା ଟଙ୍କାକୁ ବି ଶେଷରେ ଆତ୍ମସାତ୍ କରିଦେଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବାଲେଶ୍ବର ଜିଲ୍ଲାକୁ ଆସିଥିବା ଟଙ୍କାର ବ୍ୟାପକ ଅର୍ଥ ହେରାଫେରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହି ଅନିୟମିତତାର ପର୍ଦାଫାଶ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅସଲ ମୁଖା ଖୋଲିଦେଇଛି। ତେବେ ଘଟଣାର […]