କଟକ: କଟକର ଜଗତପୁର ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ ହୋଇଥିବାର ସୂଚନା ମିଳିଛି।
ଉଦ୍ଧାର ଯୁବକଜଣକ ଚାଉଳିଆଗଞ୍ଜ ଥାନା ତଳସାହିର ତ୍ରିଲୋଚନ ମହଲା (୨୦) ବୋଲି ଜଣାଯାଇଛି। ଆଉ ୨ ଜଣଙ୍କ ପତ୍ତା ମିଳିନାହିଁ। ଏବେ ବି ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ପୁଲିସ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।
Video Player
00:00
00:25
ସୂଚନାଯୋଗ୍ୟ, ଗତକାଲି ଚୌଦ୍ୱାର ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର ପାଇ ଯାଇ ଫସିଥିଲେ ୩ ଜଣ ଯୁବକ।
ସେମାନଙ୍କ ଭିତରୁ ଗତକାଲି ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଅନ୍ୟ ଦୁଇଜଣଙ୍କର ଏଯାଏ ପତ୍ତା ମିଳିନାହିଁପାରୁନି।
ଗତକାଲି ରାତିରେ ଏହି ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ପୁଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ।