ଯୋରନ୍ଦା ମେଳାରେ ମାଘ ପୂର୍ଣ୍ଣିମାରେ ଜଳିଲା ଝାଡ଼, ଝାଡ଼ ଦର୍ଶନ ନପାଇ ଭକ୍ତ ନିରାଶ
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳାର ବୁଧବାର ଦ୍ବିତୀୟ ଦିନ ମାଘ ପୂର୍ଣ୍ଣିମାରେ ଗାଦି ମନ୍ଦିରର ଚାରିଦ୍ୱାରରେ ସନ୍ଧ୍ୟା ୫ଟା୧୫ମିନିଟ୍ ସମୟରେ ଝାଡ଼ ଜଳିଥିଲା। ଆଜି ମହିମାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯାଇ ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ଗାଦିମନ୍ଦିର ପଶ୍ଚିମ ଦ୍ୱାର ଝାଡ଼ଦୀପରେ ସଭାପତି ବାବା ଶୁକଦେବ ଦାସ ଅଗ୍ନି ସଂଯୋଗ କରିଥିଲେ। ପୁଲିସ ପ୍ରଶାସନ ଗାଦି ମନ୍ଦିରର ତୃତୀୟ ବେଢ଼ାଠାରେ ଦଉଡ଼ି ସାହାଯ୍ୟରେ ବାରିକେଟ୍ କରି କୌଣସି ଆଞ୍ଚଳିକ ଭକ୍ତଙ୍କୁ […]