ରାଜ୍ୟ ସ୍ୱାସ୍ଥ୍ୟ

ଯୋରନ୍ଦା ମେଳାରେ ମାଘ ପୂର୍ଣ୍ଣିମାରେ ଜଳିଲା ଝାଡ଼, ଝାଡ଼ ଦର୍ଶନ ନପାଇ ଭକ୍ତ ନିରାଶ

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳାର ବୁଧବାର ଦ୍ବିତୀୟ ଦିନ ମାଘ ପୂର୍ଣ୍ଣିମାରେ ଗାଦି ମନ୍ଦିରର ଚାରିଦ୍ୱାରରେ ସନ୍ଧ୍ୟା ୫ଟା୧୫ମିନିଟ୍ ସମୟରେ ଝାଡ଼ ଜଳିଥିଲା। ଆଜି ମହିମାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯାଇ ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ଗାଦିମନ୍ଦିର ପଶ୍ଚିମ ଦ୍ୱାର ଝାଡ଼ଦୀପରେ ସଭାପତି ବାବା ଶୁକଦେବ ଦାସ ଅଗ୍ନି ସଂଯୋଗ କରିଥିଲେ। ପୁଲିସ ପ୍ରଶାସନ ଗାଦି ମନ୍ଦିରର ତୃତୀୟ ବେଢ଼ାଠାରେ ଦଉଡ଼ି ସାହାଯ୍ୟରେ ବାରିକେଟ୍ କରି କୌଣସି ଆଞ୍ଚଳିକ ଭକ୍ତଙ୍କୁ ମନ୍ଦିରକୁ ଛାଡ଼ି ନ ଥିଲେ। ଫଳରେ ଜନଅସନ୍ତୋଷ ଦେଖା ଦେଇଥିଲା।

ସୂଚନା ଅନୁସାରେ, ସ୍ୱଳ୍ପ ସଂଖ୍ୟକ ସାଧୁ ଭକ୍ତଙ୍କ ସମାଗମରେ ଗାଦିମନ୍ଦିରରେ ଝାଡ଼ ଜଳିଥିଲା । ସାଧୁ ଭକ୍ତଙ୍କ ମହିମା ଡାକରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଜଣାଣ ଭଜନର ତାଳେ ତାଳେ ୫ଟା୧୫ମିନିଟ ସମୟରେ ପୂର୍ବ ଦ୍ୱାର,ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ବୃହତ୍ ଝାଡ଼ଦୀପରେ ଅଗ୍ନି ସଂଯୋଗ ହୋଇଥିଲା । କୋଭିଡ୍ କଟକଣା ମଧ୍ୟରେ ଚାଲିଥିବା ଏହି ମେଳାରେ ଗତକାଲି ବହୁସଂଖ୍ୟାରେ ଭକ୍ତ ଆସିଥିବାରୁ ଆଜି ପ୍ରଶାସନ ବାଧ୍ୟହୋଇ କଟକଣା ଜାରି କରିଥିଲେ। ଫଳରେ, ବହୁ ଭକ୍ତ ଝାଡ଼ ଦର୍ଶନ ନକରି ଫେରିଯାଇଥିଲେ । ସାଧୁସନ୍ଥ ଓ ମହିମା ଭକ୍ତମାନଙ୍କୁ ଗାଦି ମନ୍ଦିରକୁ ଛଡ଼ା ଯାଇଥିଲାବେଳେ ଗାଦି ମନ୍ଦିର ବାହାରେ ବହୁସଂଖ୍ୟାରେ ଭକ୍ତ ପ୍ରଶାସନ ବିରୋଧରେ ଅସନ୍ତୋଷ ଜାହିର କରିଥିଲେ। ସେଠାରେ ଉପସ୍ଥିତ ପୁଲିସ ପ୍ରଶାସନକୁ ସ୍ଥାନୀୟ ଲୋକ ଓ ସାଧୁ ସମାଜ ଯେତେ କହିଥିଲେ ମଧ୍ୟ ସେମାନେ ଶୁଣିନଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ