ଖେଳ ଦେଶ ବିଦେଶ

ରୈନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କାହିଁକି କିଣିଲାନି ? ମୁହଁ ଖୋଲିଲେ ଫ୍ରାଞ୍ଚାଇଜିର ସିଇଓ କାଶୀ ବିଶ୍ଵନାଥନ

ନୂଆଦିଲ୍ଲୀ ୧୫।୦୨: ଆଇପିଏଲ ୨୦୨୨ର ମେଗା ନିଲାମରେ ସୁରେଶ ରୈନା ବିକ୍ରି ନହେବା ଚର୍ଚ୍ଚାର ବିଷୟ ପାଲଟିଛି। ରୈନାଙ୍କ ପାଇଁ ତାଙ୍କର ପୂର୍ବ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ରୁଚି ଦେଖାଇ ନାହିଁ। ଏବେ ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ କାଶୀ ବିଶ୍ଵନାଥନ ରୈନାଙ୍କୁ ଦଳ କାହିଁକି କିଣିବାକୁ ଆଗ୍ରହ ପ୍ରକାଶ କଲା ନାହିଁ ତାର କାରଣ କହିଛନ୍ତି।

ମିଷ୍ଟର ଆଇପିଏଲ ନାମରେ ପ୍ରସିଦ୍ଧ ରୈନା ବେଙ୍ଗାଲୁରୁରେ ଆୟୋଜିତ ମେଗା ନିଲାମର ପ୍ରଥମ ଦିନରେ ବିକ୍ରି ହୋଇନଥିଲେ। ଆଶା କରାଯାଉଥିଲା ଦ୍ଵିତୀୟ ଦିନରେ ସେ ନିଲାମ ହେବେ। ତେବେ ରବିବାର ତାଙ୍କୁ ନିରାଶ ହେବାକୁ ପଡିଛି। ବିଶ୍ଵନାଥନ କହିଛନ୍ତି, ହୋଇପାରେ ରୈନା ସିଏସକେ ପାଇଁ ଲଗାତାର ଭଲ ପ୍ରଦର୍ଶନ କରୁଥିଲେ, ମାତ୍ର ଦଳ ଗଠନ ସମୟରେ ଖେଳାଳିଙ୍କ ଫର୍ମ ଏବଂ ଦଳ ସରଞ୍ଚନାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିଥାଏ।

ସିଏସକେ ସିଇଓ କାଶୀ ବିଶ୍ଵନାଥନ କହିଛନ୍ତି, ରୈନା ଗତ ୧୨ ବର୍ଷ ଧରି ସିଏସକେ ପାଇଁ ଲଗାତାର ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ। ରୈନା ଦଳରେ ନରହିବା ଆମ ପାଇଁ ମୁସ୍କିଲ ଥିଲା। କିନ୍ତୁ ଆପଣଙ୍କୁ ଏହା ମଧ୍ୟ ବୁଝିବାକୁ ପଡିବ ଯେ, ଦଳର ସରଞ୍ଚନା ଦଳର ଫର୍ମ ଉପରେ ନିର୍ଭର କରିଥାଏ। ଏଥିପାଇଁ ଆମ ନଜରରେ ରୈନା ଫିଟ୍ ନଥିଲେ ବୋଲି ବିଶ୍ଵନାଥନ କହିଛନ୍ତି।

ସିଏସକେ ଫାଫ ଡୁପ୍ଲେସିସ୍‌ଙ୍କୁ ମଧ୍ୟ ନିଲାମରେ କିଣି ନାହିଁ। କିନ୍ତୁ ଡୁପ୍ଲେସିସ୍‌ଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦିନରେ କିଣିଥିଲା। ଦଳ ତାଙ୍କର ଅନୁପସ୍ଥିତି ଅନୁଭବ କରିବ ବୋଲି ସିଇଓ ବିଶ୍ଵନାଥନ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ