ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା: ମମତା ବାନାର୍ଜୀଙ୍କ ପୁତୁରାବୋହୂଙ୍କ ନାଁରେ ଗିରଫ ପର୍‌ୱାନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କ‌ୋଇଲା ଚୋରା ଚାଲାଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାବୋହୂ ରୁଜିରା ବାନାର୍ଜୀଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତ ଆଜି ଗିରଫ ପର୍‌ୱାନା ଜାରି କରିଛନ୍ତି। ଅବଶ୍ୟ ଏହି ଗିରଫ ପର୍‌ୱାନାରେ ତାଙ୍କୁ ଜାମିନ ମିଳିପାରିବ। ରୁଜିରା ବାନାର୍ଜୀ ତଦନ୍ତରେ ଯୋଗ ଦେବାକୁ ଅଗ୍ରାହ୍ୟ କରିବା ସହ ସମନ୍‌ ତାରିଖ ଏଡ଼ାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିବା ପରେ ଅଦାଲତ ତାଙ୍କ ବିରୋଧରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିବାଦ ଭିତରେ ଆଜି ସରିବ ମାଟ୍ରିକ ପରୀକ୍ଷା: ‘ମାଗଣା ହେଉଥିବାରୁ ଫର୍ମପୂରଣ କରିଦେଲୁ’

ଯାଜପୁରସଦର/ଦଶରଥପୁର : ଏପ୍ରିଲ ୨୯ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ। କିନ୍ତୁ ପରୀକ୍ଷା ସରିବାକୁ ବସିଥିବା ବେଳେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂପର୍କରେ ଶିକ୍ଷା ବିଭାଗ ପାଖରେ ସଠିକ ଖବର ନରହିବା ଶିକ୍ଷା ବିଭାଗର ବିଗିଡା ଚିତ୍ରକୁ ପଦାରେ ପକାଇଛି। ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ୨୬୬୫୯ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ସେମାନଙ୍କ ପାଇଁ ୧୬୧ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ପରେ ଏବେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କମୁଛି ଭୂତଳ ଜଳ, କୋରାପୁଟ ପାଇଁ ସତର୍କ ଘଣ୍ଟି

କୋରାପୁଟ: କୋରାପୁଟ ଜିଲ୍ଲାରେ ଗୁରୁତର ଭାବେ ହ୍ରାସ ପାଉଛି ଭୂତଳ ଜଳସ୍ତର । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଜଳ ସଂକଟ ଦେଖାଦେବା ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ କୋଲାବ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଜୟପୁର, କୋରାପୁଟ, ଦାମନଯ‌ୋଡି, ସେମିଳିଗୁଡା ଓ ସୁନାବେଢାରେ ଦେଖାଦେବ ସଂଘାତିକ ପାନୀୟ ଜଳ ସମସ୍ୟା। ଏନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବା ସହ ଜଳସ୍ତର କିପରି ବୃଦ୍ଧି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧା ରହିଗଲା ଶେଷ ଇଚ୍ଛା, ବାପାଙ୍କ ଅସ୍ଥି ଦର୍ଶନ ପାଇଁ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ

ନୂଆପଡା ୦୭/୦୫: ମୃତ୍ୟୁ ଆସେ ଏମିତି । ବାପାଙ୍କ ଅସ୍ଥି ଦର୍ଶନ ପାଇଁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଯାଇଛି ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋମନା ଥାନା ଅନ୍ତର୍ଗତ ଟିକାପଡା ଗ୍ରାମରେ । ମୃତକ ଜଣଙ୍କ ଅମରେଶ ଦଣ୍ଡସୋନ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ନୂଆପଡ଼ା ଜିଲ୍ଲାର ରାଜପଥ ୩୫୩ ନମ୍ବର ଘଟିପଡାରେ ଘଟିଥିଲା ମର୍ମନ୍ତୁଦ ସଡକ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଋଣ ଚିନ୍ତା ନେଲା ଦୁଇ ଜୀବନ: କୀଟନାଶକ ପିଇ ଜୀବନ ହାରିଲେ ମାଆ ଓ ପୁଅ

ରାୟଗଡ଼ା: ଋଣ ପରିଶୋଧ ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ମାଆ ଓ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ। ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଝିଅ ବାହାଘର ପାଇଁ ଗାଁ ଲୋକଙ୍କ ଠାରୁ ହାତ ଉଦ୍ଧାର ଆଣିଥିଲେ ରଜନୀ। ଗତ ୨ ବର୍ଷ ହେଲା ବାକି […]

ଅପରାଧ ରାଜ୍ୟ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ସିରିଜ ଡକାୟତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ସାଲେପୁର ୦୭/୦୫: କିଶନନଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗତକାଲି ବିଳମ୍ବିତ ରାତିରେ ସିରିଜି ଡକାୟତି । ଲକ୍ଷ୍ୟାଧିକ ଟଙ୍କା ଓ ଗହଣା ଗାଣ୍ଠି ଲୁଟିନେଲେ ଡକାୟତମାନେ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗ୍ରାମରେ । ବୋଇଲୋ ଗ୍ରାମର ୩ଜଣଙ୍କ ଘରକବାଟ ଭାଙ୍ଗି ଡକାୟତମାନେ ଲୁଟ କରିଥିଲେ । ବୋଇଲୋ ଗ୍ରାମର ସମରେନ୍ଦ୍ର ନାରାୟଣ ମିଶ୍ର, ପ୍ରିୟଦର୍ଶୀନୀ ମିଶ୍ର ଓ ମନ୍ଦାକିନୀ ନାୟକଙ୍କ ଘରୁ ଡକାୟତ ମାନେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୪୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ନ ଦେବା ଘଟଣା: ସ୍କୁଲଗୁଡ଼ିକ ଉପରେ ଦୋଷ ଲଦିଲେ ବୋର୍ଡ ସଭାପତି

କଟକ: ୪୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ନ ଦେବା ଘଟଣା ସଂପର୍କରେ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରତିକ୍ରିୟା ରଖିଛନ୍ତି। ପରୀକ୍ଷା ନ ଦେବା ନେଇ ସ୍କୁଲଗୁଡ଼ିକ ଉପରେ ଦୋଷ ଲଦିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି, କେତେ ସଂଖ୍ୟକ ପିଲା ପରୀକ୍ଷା ଦେଇ ନାହାନ୍ତି ତାଙ୍କ ପାଖରେ ସେ ସୂଚନା ନାହିଁ। ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଆମ ନିୟନ୍ତ୍ରଣରେ ନାହାନ୍ତି। […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପିଲାଙ୍କ ପାଇଁ ବସିବାକୁ ନାହିଁ ଶ୍ରେଣୀଗୃହ, ଅପରିଷ୍କାର ପରିବେଶରେ ପରଷା ଯାଉଛି ମଧ୍ୟାହ୍ନ ଭୋଜନ

ଫୁଲବାଣୀ ୦୭/୦୫: ସରକାର ପ୍ରଥମରୁ ଅଷ୍ଟମ ଯାଏ ପାଠ ପଢୁଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଛନ୍ତି । ଫଳରେ ଅଧିକରୁ ଅଧିକ ପିଲା ସ୍କୁଲ ଆସିବେ ପାଠ ପଢିବେ । ଆଉ ପିଲାଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ହେଲେ କନ୍ଧମାଳ ଜିଲା କ. ନୂଆଗାଁ ବ୍ଳକ ବଣ୍ଡ ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ଅର୍ଦ୍ଧନିର୍ମିତ ଘରର ବାଲି ମାଟିରେ ବସି ଅପରିଷ୍କାର ପରିବେଶରେ ମଧ୍ୟାହ୍ନ ଭୋଜନ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି […]

ଅପରାଧ ରାଜ୍ୟ

କଣ୍ଟାଗାଁ ଜଙ୍ଗଲରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ସବୁ ଅଭିଯୁକ୍ତ ଫେରାର

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଧୀନ କଣ୍ଟାଗାଁ ଜଙ୍ଗଲରୁ ୭୫୦ କେଜି ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ବାହାର ରାଜ୍ୟକୁ ଚାଲାଣ ବେଳେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏତିକିବେଳେ ୭୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଘଟଣାସ୍ଥଳରୁ ସବୁ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲେ। ଚଳିତ ସପ୍ତାହରେ ମାଲକାନଗିରିରେ ବି ଗଞ୍ଜେଇ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପୁଅର ଫୋନ୍ ଫେରସ୍ତ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ବାପା

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଥିବା ବ‌େଳେ ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ(୫୫) ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି। ପୁଲିସ ଜବତ କରିଥିବା ଆଦିତ୍ୟଙ୍କ ଓପୋ ମୋବାଇଲକୁ ଫେରସ୍ତ କରିବା ପାଇଁ ସେ କୋର୍ଟକୁ ନିବେଦନ କରିଛନ୍ତି। ଆଦିତ୍ୟ ‘ପିପୁଲ ଫର୍ ସେବା’ ନାଁରେ ଏକ ସାମାଜିକ ସଙ୍ଗଠନ ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ବାପା ନନ୍ଦକିଶୋର ସଂସ୍ଥାର ମୁଖ୍ୟ ଭାବେ ଦାୟିତ୍ବ […]