ନୂଆପଡା ୦୭/୦୫: ମୃତ୍ୟୁ ଆସେ ଏମିତି । ବାପାଙ୍କ ଅସ୍ଥି ଦର୍ଶନ ପାଇଁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଯାଇଛି ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋମନା ଥାନା ଅନ୍ତର୍ଗତ ଟିକାପଡା ଗ୍ରାମରେ । ମୃତକ ଜଣଙ୍କ ଅମରେଶ ଦଣ୍ଡସୋନ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।
ନୂଆପଡ଼ା ଜିଲ୍ଲାର ରାଜପଥ ୩୫୩ ନମ୍ବର ଘଟିପଡାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ବାଇକ । ଫଳରେ ବାଇକରେ ଯାଉଥିବା ଅମରେଶ ଦଣ୍ଡସୋନଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ଅସ୍ଥି ଦର୍ଶନ ପାଇଁ ଘରକୁ ଫେରୁଥିଲେ ଅମରେଶ । ଦର୍ଶନ ପରେ ବିସର୍ଜନ ପାଇଁ ଗଙ୍ଗା ନେଇ ଯାଇ ଥାଆନ୍ତେ ଅସ୍ଥି ।