ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜବଷ୍ଟଲ୍‌: ଯୁଦ୍ଧବିରତି ପ୍ରତିଶ୍ରୁତି ଭାଙ୍ଗିଲା ରୁଷ୍‌

କିବ୍‌: ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୁଷ୍‌ ଯୁଦ୍ଧବିରତି ଘୋଷଣା କରିଥିଲେ ସୁଦ୍ଧା ପ୍ଲାଣ୍ଟ୍‌ ଉପରେ ଗତକାଲିଠାରୁ ଭୟଙ୍କର ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ର ଜଣେ କମାଣ୍ଡର ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଏନେଇ ସୂଚନା ଦେଇଛନ୍ତି। ଆଜବ ରେଜିମେଣ୍ଟ୍‌ର ଡେପୁଟି କମାଣ୍ଡର ସିଆତୋସଲଭ ପଲମର କହିଛନ୍ତି, ଆଜବଷ୍ଟଲ୍‌ ପରିସରରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି। ରୁଷ୍‌ ଯୁଦ୍ଧବିରତି ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଭଙ୍ଗ କରିଛି। ଯୁଦ୍ଧବିରତି ଏବଂ ମାନବୀୟ କରିଡର୍‌ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସେୟାର ବଜାରରେ ବଡ ହ୍ରାସ, ୫୫ ପଏଣ୍ଟ ତଳେ ପହଞ୍ଚିଲା ସେନ୍ସେକ୍ସ

ନୂଆଦିଲ୍ଲୀ ୬।୫: ବିଶ୍ବ ବଜାରରୁ ଅତ୍ୟନ୍ତ ଦୁର୍ବଳ ଫଳାଫଳ ମିଳିବା ପରେ ଘରୋଇ ସେୟାର ବଜାରରେ ସପ୍ତାହର ଶେଷ ବ୍ୟବସାୟ ଦିନରେ ବଡ ହ୍ରାସ ଦେଖିବାକୁ ମିଳିଛି । କାରବାର ଆରମ୍ଭରେ ସେନ୍ସେକ୍ସ ୫୫ ପଏଣ୍ଟରୁ ତଳକୁ ଖସି ଆସିଛି । ସେହିଭଳି ନିଫ୍ଟି ମଧ୍ୟ ଲାଲ୍ ସଙ୍କେତରେ କାରବାର କରୁଛି । ଏହା ପୂର୍ବରୁ ଗୁରୁବାର ଦିନ ଲାଭ ହେତୁ ଘରୋଇ ସେୟାର ବଜାର ପ୍ରାରମ୍ଭିକ ବୃଦ୍ଧି ପରେ ଶେଷରେ ପ୍ରାୟ ସମାନ ବନ୍ଦ ହୋଇଯାଇଥିଲା […]

ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ର ଫାଷ୍ଟ ଟିଜର ରିଲିଜ୍‌, ଅଭିନେତ୍ରୀ ଦେଖାଇଲେ ରହସ୍ୟମୟୀ ଦୁନିଆର ଝଲକ…

ନୂଆଦିଲ୍ଳୀ ୦୬।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍‌ କରୁଛି ସାଉଥ ମୁଭି। ଚାରିଆଡ଼େ ଗୋଟିଏ କଥା କି ଆକ୍ସନ ଓ କି ଡାଏଲଗ କି ଗୀତ। ବଲିଉଡ୍ ଫିଲ୍ମ ଅପେକ୍ଷା ହଲ୍‌ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍‌ ଓ ଷ୍ଟାଇଲ୍‌ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । ସମସ୍ତ ସିନେ ଇଣ୍ଡଷ୍ଟ୍ରିରେ ସାଉଥର ହାୱା। ତାମିଲ, […]

ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ଗୁଜୁରାଟ ବନାମ ମୁମ୍ବାଇ : ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା ଲକ୍ଷ୍ୟରେ ଟାଇଟନ୍ସ

ନୂଆଦିଲ୍ଲୀ, ୦୬/୦୫: ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରୁଛି । ଟାଇଟନ୍ସ ଇତି ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳି ୮ ବିଜୟ ସହ ମୋଟ୍‌ ୧୬ ପଏଣ୍ଟ ଅକ୍ତିଆର କରିସାରିଛି । […]

ଖେଳ ଦେଶ ବିଦେଶ

ମହିଳା ଟି୨୦ ଲିଗ୍‌ରେ ଝଲସିଲା ଓଡିଶା ମହିଳା ଟିମ୍‌ : ଲିଗରେ ଅପରାଜେୟ ରହି ନକ୍‌ଆଉଟରେ କରିଥିଲା ଏଣ୍ଟ୍ରି

ଭୁବନେଶ୍ୱର,୦୬/୦୫: ବିସିସିଆଇର ୨୦୨୧-୨୨ ସିଜନର ମହିଳା ସିନିୟର ଟି-ଟ୍ୱେଣ୍ଟି ଟ୍ରଫି ଶେଷ ହୋଇଛି । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ ମେ’ ୪ ତାରିଖରେ ଶେଷ ହୋଇଥିଲା । ସେମି ଫାଇନାଲରେ ଓଡ଼ିଶା ମହିଳା ଦଳକୁ ପରାଜିତ କରିଥିବା ଶକ୍ତିଶାଳୀ ରେଲୱେ ଦଳ ସିଜନର ଚାମ୍ପିଅନ ହୋଇଥିଲା । ଏହାକୁ ମିଶାଇ ଦଳ ୧୦ ଥର ଜାତୀୟ ଚାମ୍ପିଅନ ହେବାର ଗୌରବ ଲାଭ କରିଛି । ଏହି ସିଜନରେ ଓଡ଼ିଶା ଦଳ ମଧୁସ୍ମିତା ବେହେରାଙ୍କ […]

ଅପରାଧ ଦେଶ ବିଦେଶ ରାଜନୀତି

କୋଲକାତାରେ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଦଳୀୟ ନେତା

ନୂଆଦିଲ୍ଲୀ ୬।୫: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା କମିବାର ନାଁ ନେଉନି । ଏ ଭିତରେ ଆଉ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉତ୍ତର କୋଲକାତାରୁ ମିଳିଛି । ରାଜ୍ୟ ବିଜେପି ନେତା କହିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ହତ୍ୟା କରି ଟଙ୍ଗାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର ୨୪ ପ୍ରଗଣା କାଶୀପୁର ରେଲଓ୍ବେ କଲୋନୀରେ ଜମେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାତିରେ ଅନ୍ୟ ସ୍ଥାନରେ ହତ୍ୟା କରିବା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

ପାଟଣାଗଡ଼ ୦୬/୦୫: ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ବନକାବିହାର ଗାଁ ନିକଟରୁ ମିଳିଛି ମୃତଦେହ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସୂଚନା ଥାଉକି, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତ ଶରୀର ସହ ତାଙ୍କ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ହାଉଜାଉ! ନାଁ’କୁ ତନାଘନା, କାର୍ଯ୍ୟାନୁଷ୍ଠାନ ଶୂନ

ବାଲେଶ୍ବର: ଶିକ୍ଷାରେ ଆଗୁଆ ଜିଲ୍ଲା କୁହାଯାଇଥିବା ବାଲେଶ୍ବରରେ ବି ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ଜାଲ ପ୍ରମାଣପତ୍ର ହାତେଇ ଶିକ୍ଷକତା କରୁଛନ୍ତି। ସରକାରଙ୍କ ପକ୍ଷରୁ ନକଲି ଶିକ୍ଷକ ଚିହ୍ନଟ ପାଇଁ ବାରମ୍ବାର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଆସୁଥିଲେ ହେଁ କେବଳ ନାଁକୁ ମାତ୍ର ଯାଞ୍ଚ୍‌ କରାଯାଉଛି। ଏପରିକି ଗତ ୭/୮ ବର୍ଷ ପୂର୍ବରୁ ହୋଇଥିବା ଯାଞ୍ଚ୍‌ ରିପୋର୍ଟ ପୁଣିଥରେ ନୂଆ ରିପୋର୍ଟରେ ଯୋଡ଼ି ସରକାରଙ୍କୁ ପ୍ରଦାନ କରାଯାଉଛି। […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମୋବାଇଲ ଦୋକାନରୁ ଲୁଟିନେଲେ ୧୩ ସ୍ମାର୍ଟଫୋନ୍

ଚାନ୍ଦବାଲୀ ୦୬/୦୫ : ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଧିନସ୍ଥ ମତୋ ବଜାର ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଚୋରି । ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ଲୁଟିନେଇଛନ୍ତି ଲୁଟେରା । ଯାହାର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସି ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ମୋବାଇଲ ଦୋକାନୀ ରଶ୍ମିକାନ୍ତ ପଣ୍ଡା । ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡିରୁ ମାତ୍ର ୧୦୦ମିଟର ଦୂରରେ […]

ଅପରାଧ ରାଜ୍ୟ

ସ୍ତ୍ରୀଙ୍କୁ ହତ୍ୟା କଲେ ମଦ୍ୟପ ସ୍ଵାମୀ

ସମ୍ବଲପୁର: କ୍ଷେତରାଜପୁର ଥାନା ବେହେରାମୁଣ୍ଡାଠାରେ ମୁଣ୍ଡା ହୋଇଯାଇଥିବା ସିମେଣ୍ଟ ଛେଚି ସ୍ତ୍ରୀଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି। କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା(୨୫)। ୯ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ। ପିଣ୍ଟୁ ମଦ ପିଇ ସବୁବେଳେ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ କ୍ଷେତରାଜପୁର ସ୍ଥିତ ତାଙ୍କ ମା’ ଘରକୁ ୧୫ ଦିନ ତଳେ ଚାଲିଆସିଥିଲେ। ଗୁରୁବାର ବିଳମ୍ବିତ ରାତିରେ ଜୟମତି ଶୋଇଥିବା ବେଳେ […]