ସମ୍ବଲପୁର: ବାଇକ୍କୁ ପିଟିଲା ଟ୍ରକ୍, ବାପ-ଝିଅ ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଧୀନ ବୈଜାମୁଣ୍ଡାଠାରେ ଦିନ ୧୨ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ ହୋଇଯାଇଛି। ଏକ ଟ୍ରକ୍ (ଏମ୍ଏଚ୍-୨୦ଇଜି-୯୪୯୬) ଏକ ବାଇକ୍କୁ ଧକ୍କା ଦେବା ଫଳରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ମୃତକ ଦ୍ବୟ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳର ଉତ୍କଳ ଭୋଇ ଓ ତାଙ୍କ ଝିଅ ଦିତେଶ୍ବରୀ ଭୋଇ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଗୋଶାଳା ଫାଣ୍ଡି ଅଧୀନରେ […]