୪୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ନ ଦେବା ଘଟଣା: ସ୍କୁଲଗୁଡ଼ିକ ଉପରେ ଦୋଷ ଲଦିଲେ ବୋର୍ଡ ସଭାପତି
କଟକ: ୪୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ନ ଦେବା ଘଟଣା ସଂପର୍କରେ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରତିକ୍ରିୟା ରଖିଛନ୍ତି। ପରୀକ୍ଷା ନ ଦେବା ନେଇ ସ୍କୁଲଗୁଡ଼ିକ ଉପରେ ଦୋଷ ଲଦିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି, କେତେ ସଂଖ୍ୟକ ପିଲା ପରୀକ୍ଷା ଦେଇ ନାହାନ୍ତି ତାଙ୍କ ପାଖରେ ସେ ସୂଚନା ନାହିଁ। ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଆମ ନିୟନ୍ତ୍ରଣରେ ନାହାନ୍ତି। […]