ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ ଚାଲି ଦେଖି ଥଟ୍ଟା କଲେ ଫ୍ୟାନ୍ସ, ମଲାଇକାଙ୍କ ସହ କଲେ କମ୍ପେୟାର: କହିଲେ ଜଣାନାହିଁ ଚାଲି

ମୁମ୍ବାଇ ୧୪/୦୬: ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଆକାଶ ଛୁଇଁବା ସଂଗେ ସମାନ । ନୋରାଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ଏବଂ କଥାକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନୋରାଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନଙ୍କର ପ୍ରିୟ ନୋରା ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି । ଜାଣନ୍ତୁ କାରଣ କଣ? କାହିଁକି ଟ୍ରୋଲ ହେଲେ ନୋରା: ନୋରା […]

ଅପରାଧ ରାଜ୍ୟ

ବାରହା ଶିକାର ବେଳେ କଳାପାଟ ସଂରକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ

ତେଲକୋଇ ୧୪।୬: ବାରହା ଶିକାର ବେଳେ ୪ ବାରହା ଶିକାରୀ ଗିରଫ । ସୋମବାର ବିଳମ୍ବିତ ରାତିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ଧରିଲେ ବନ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ । ତେବେ ରଜପର୍ବ ଥିବାରୁ ବନ୍ୟଯନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ […]

ଅପରାଧ ରାଜ୍ୟ

କାଳୀ ମନ୍ଦିର ସାମ୍ନାରେ ପଡିଛି ମୃତଦେହ, କାରଣ ଖୋଜୁଛି ପୋଲିସ

ଖଲ୍ଲିକୋଟ ୧୪।୦୬: କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଛତ୍ରପୁର ବିଦ୍ୟାଧର ନଗର ଅଞ୍ଚଳ ବାବୁଲା ବେହେରା ଏବଂ ତାଙ୍କ ନିଜ ଘର ଗଞ୍ଜାମ କାଇଁଚପୁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଜି ସକାଳୁ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର […]

ଅପରାଧ ରାଜ୍ୟ

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ : ଖାଇସାରି ପାଣି ପିଇଲାନି ଛାତ୍ର, ତତଲା ଟାଇଲ୍‌ରେ ଆଣ୍ଠେଇ ଚଲାଇଲେ ପିଅନ

ବାରିପଦା ୧୪।୦୬ : ବିଦ୍ୟାଳୟରେ ଶିଶୁକୁ ଅମାନବୀୟ ଦଣ୍ଡ । ଶିକ୍ଷକ ବଦଳରେ ରୋଷେୟା ଦେଲେ ଦଣ୍ଡ । ଖାଇସାରି ପାଣି ପିଇଲାନି ବୋଲି ୬ବର୍ଷର ବାଳକକୁ ତତଲା ଟାଇଲରେ ଆଣ୍ଠେଇ ଚଲାଇଲେ ହଷ୍ଟେଲ ପିଅନ। କେବଳ ଏତିକି ନୁହେଁ ପିଠିରେ ବସିଛି ବାଡିର ଚିହ୍ନ। ୮ ଦିନ ପରେ ବି ଲିଭିନି ମାଡ଼ର ଦାଗ । ଏବେ ଆଣ୍ଠୁରୁ ବାହାରୁଛି ପୂଜ। ନା ଚାଲି ପାରୁଛି ନା ବୁଲି ପାରୁଛି ନିଷ୍ପାପ ଶିଶୁଟି। ବାରିପଦା ସାରସକଣା […]

ଅପରାଧ ରାଜ୍ୟ

କାର୍ଯ୍ୟାଳୟ ଭିତରେ ଝୁଲୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଟାଙ୍ଗୀ ୧୪।୬: କାର୍ଯ୍ୟାଳୟ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଟାଙ୍ଗୀ ନାଚୁଣୀ ସ୍ଥିତ ପିପୁଲ୍ସ ଫୋରମ୍ DCB ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସୋମବାର ସନ୍ଧ୍ୟା ସମୟରୁ ଏହି କାର୍ଯ୍ୟାଳୟ ମଧ୍ୟରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଉଛନ୍ତି ତପନ ପଲେଇ । ମୃତକ ଜଣଙ୍କ ଏହି ସଂସ୍ଥାର କର୍ମଚାରୀ ଥିଲେ । ତପନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୫୦ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୧୪/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

କେନାଲ ରାସ୍ତାରେ ପଡିଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଉଦଳା ୧୪।୦୬: କେନାଲ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ। ମୟୁରଭଞ୍ଜି ଜିଲ୍ଲା ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ପରେ ଉଦଳା ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ […]

ଅପରାଧ ରାଜ୍ୟ

ନଦୀପଠାରୁ ଜଣଙ୍କ ମୃତଦେହ ଉଦ୍ଧାର, ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ଖଣ୍ଡପଡା ୧୪।୬: ନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଛି । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ପଞ୍ଚାୟତ ଗିରିଡ଼ିପଲ୍ଲୀ ଗ୍ରାମ ନିକଟରେ ଥିବା ନଦୀପଠାରୁ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ସମ୍ବଲପୁର, ହୀରାକୁଦ ଅଞ୍ଚଳର ବୋଲି ସୂଚନା ମିଳିଛି । ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ଦୁଇ ଜଣଙ୍କୁ ଉଦ୍ଧାର […]

ଅପରାଧ ରାଜ୍ୟ

ଚାଷ ଜମିରୁ ମିଳିଲା ମା-ପୁଅଙ୍କ ମୃତଦେହ, ହତ୍ୟା ନା ଆଉ କ’ଣ ?

ଆନନ୍ଦପୁର ୧୪।୦୬: ଚାଷ ଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରୁ ଠାବ ହୋଇଛି ମୃତଦେହ । ମୃତ ପୁଅଙ୍କ ନାମ ସନ୍ତା ଦାସ ଓ ମା ଜେମା ଦାସ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନନ୍ଦିପଦା ଥାନା ଜାବିନପୁର ଗାଁରେ ଏକ ବିଲରେ ମା-ପୁଅଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ପୋଲିସକୁ […]

ଅପରାଧ ରାଜ୍ୟ

ନଦୀବନ୍ଧରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ନିମାପଡା ୧୪।୬: ନଦୀବନ୍ଧରୁ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ନିମାପଡା ଝାମ୍ପୁଲା କୁଦ ନଦୀବନ୍ଧ ଉପରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ନିମାପଡା ଝାମ୍ପୁଲା କୁଦ ନଦୀବନ୍ଧରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ଏକ କୋଦାଳ ଓ ଗଇଁତି ଜବତ ହୋଇଛି । ମୃତ ବୃଦ୍ଧ ଜଣଙ୍କ ସେହି ଗାଁର ଗୋବିନ୍ଦ ସାହୁ । ତେବେ ବୃଦ୍ଧଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପରିବାର […]