ଟ୍ରକ୍ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲେ ସହକର୍ମୀ
ଝାରସୁଗୁଡା ୨୮।୬: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ସମଲେଶ୍ବରୀ କୋଇଲା ଖଣିରେ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ରାମେଶ୍ବର ପ୍ରସାଦ ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପ୍ରୟାଗରାଜ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେ ସମଲେଶ୍ବରୀ କୋଇଲା ଖଣିର ଠିକା କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ଆଲୋକୀକରଣର ଅଭାବ ଓ କୋଇଲା ଗୁଣ୍ଡ ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ସହକର୍ମୀ ଅଭିଯୋଗ କରିଛନ୍ତି । ରାମେଶ୍ବରଙ୍କ ପରିବାରବର୍ଗଙ୍କୁ ଏମସିଏଲ […]