ଓଢଣୀରେ ବନ୍ଧା ଅବସ୍ଥାରେ ଝୁଲୁଛି ଯୁବକଙ୍କ ମୃତଦେହ, କିଛି ଯୁବକଙ୍କ ସହ ହୋଇଥିଲା ଗଣ୍ଡଗୋଳ
ଭୁବନେଶ୍ବର ୪।୮: ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ସୁନ୍ଦରପଦା ସ୍ଥିତ ବେହେରା ସାହିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏୟାରଫିଲ୍ଡ ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ବେହେରା ସାହିର ଏକ ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଅଜିତ କୁମାର ବାରିକ ବୋଲି ଜଣାପଡିଛି । […]