ପାଟଣା ୪।୮: ଘର ପଛ ପଟେ ଥିବା ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ମଧୁସୂଦନ ମୁଣ୍ଡା ।
ସୂଚନାଯୋଗ୍ୟ ଯେ, ମଧୁସୁଦନ ବେଙ୍ଗାଲୁରୁରେ ରହି କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିଲେ । ଗୁରୁବାର ସକାଳୁ ତାଙ୍କ ଘର ପଛ ପଟେ ଥିବା ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।