ଅପରାଧ ରାଜ୍ୟ

ଦେବ୍ରିଗଡ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ସମ୍ବର ସିଙ୍ଘ ଜବତ

ସମ୍ବଲପୁର ୫।୮: ଦେବ୍ରିଗଡ ଅଭୟାରଣ୍ୟର ଚୌରାସିମାଲ ଅଞ୍ଚଳରୁ ୫ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ୍ ପ୍ରଧାନ, ମୁକେଶ ଭୋଇ, ସାନ୍ତନୁ ସାହୁ । ଶିକାର ଉଦ୍ଦେଶ୍ୟରେ ଏମାନେ ଡେବ୍ରିଗଡକୁ ପ୍ରବେଶ କରିଥିବା ଡିଏଫଓ କହିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୧୦ଟି ସମ୍ବର ସିଙ୍ଘ, ବଡ ଆକାରର ୫ଟି ଜୁଟ୍ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଓଲା ଅର୍ଥ କାରବାର ମାମଲା, ତିନି ଯୁବକକୁ ଉଠାଇନେଲା ହାଇଦ୍ରାବାଦ ପୋଲିସ

ସାଲେପୁର ୦୫/୦୮: କିଶନନଗର ଥାନା ବୋଧପୁର ଗ୍ରାମପଞ୍ଚାୟତ ଅଧିନସ୍ତ ନାନପୁର ଗ୍ରାମରୁ ୩ ଯୁବକଙ୍କୁ ଉଠାଇଲା ହାଇଦ୍ରାବାଦ ପୋଲିସ । ହାଓଲା ଅର୍ଥ କାରବାର ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଗତକାଲି ସନ୍ଧ୍ୟାରେ କିଶନନଗର ଅଞ୍ଚଳର ୩ ଯୁବକଙ୍କୁ ଉଠାଇ ନେଇଛି । ସେମାନଙ୍କୁ କିଶନନଗର ଥାନାରେ ରଖି ପଚରା ଉଚରା କରିଛି । ସେମାନଙ୍କ ନିକଟରୁ ପୁଲିସ ଲ୍ୟାପଟପ,ଏଟିଏମ କାର୍ଡ, ମୋବାଇଲ ଫୋନ ଆଦି ଜବତ କରିଛି । ଏହି ୩ ଯୁବକଙ୍କ ମଧ୍ୟରେ ଦୁଇ ଭାଇ […]

ଅପରାଧ ଦେଶ ବିଦେଶ

ପ୍ରିୟଙ୍କାଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ପୋଲିସ, ରାହୁଲ ଗାନ୍ଧି ଅଟକ

ନୂଆଦିଲ୍ଲୀ ୫।୮: ମୂଲ୍ୟବୃଦ୍ଧି ଓ ବେରୋଜଗାରୀ ବିରୋଧରେ କଂଗ୍ରେସ ଶୁକ୍ରବାର ସାରା ଦେଶରେ ବିକ୍ଷୋଭ କରୁଛି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କାଳରେ ପୋଲିସ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାଙ୍କୁ ପାର୍ଟି ମୁଖ୍ୟାଳୟ ବାହାରେ ଅଟକ କରିଛି। ପ୍ରିୟଙ୍କା ବାରିକେଡ ଉପରେ ଚଢି ଆରପଟକୁ ଯାଇ ଧାରଣା ଦେଇ ବସିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଛି। ଏହା ପୂର୍ବରୁ ପୋଲିସ ରାହୁଲ ଗାନ୍ଧିଙ୍କୁ ଅଟକ କରିଥିଲା। କଂଗ୍ରେସର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ବର୍ଷ ପରେ ନାବାଳିକାଙ୍କୁ ନ୍ୟାୟ, ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ୫।୮: ଗୁରୁବାର ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ଏକ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ମିଳିଛି ଦଣ୍ଡ। ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଡି.ସି. ମିଶ୍ର । ୨୦୧୮ ମସିହା ବଡସାହି ଥାନା ଅଞ୍ଚଳର ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ମନୋଜ ସିଂକୁ […]

ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ନିଜେ ବିଷ ପିଇ ୧୦ମାସର ଶିଶୁକୁ ପିଆଇଲା ମା’

ଯାଜପୁର ୫।୮: ପାରିବାରିକ କଳହର କରୁଣ ପରିଣତି । ନିଜେ ବିଷ ପିଇ ୧୦ ମାସର ଶିଶୁକୁ ବିଷ ପିଆଇଲା ମା’ । ଯାଜପୁର ଜିଲ୍ଲା କୁଆଖିଆ ଥାନା ରସୁଣା ସାମନ୍ତରାପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ରସୁଣା ସାମନ୍ତରାପୁର ଗାଁର ଜଣେ ମହିଳା ପାରିବାରିକ କଳହରୁ ନିଜେ ବିଷ ପିଇବା ସହ ୧୦ ମାସର ଶିଶୁକୁ ବିଷ ପିଆଇଦେଇଛନ୍ତି । ଫଳରେ ସେମାନଙ୍କୁ ପ୍ରଥମେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହରିଦ୍ୱାର ଜେଲରେ ୭୦ କଏଦୀ କରୋନା ପଜିଟିଭ୍, ଆସିନି ଆହୁରି ୩୦୦ ଜଣଙ୍କ ରିପୋର୍ଟ

ନୂଆଦିଲ୍ଲୀ ୦୪/୦୮: ହରିଦ୍ୱାର ଜିଲ୍ଲା ଜେଲରେ କରୋନା ବିସ୍ଫୋରଣ । ଜେଲରେ ୭୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ । କାରଣ ଏବେବି ଅନେକଙ୍କ ରିପୋର୍ଟ ଆସିପାରିନାହିଁ । ତେବେ ଜେଲରେ ହେପାଟାଇଟସ୍ ଟେଷ୍ଟ ଶିବିର ଲଗାଇବା ବେଳେ କରୋନା ନମୂନା ମଧ୍ୟ ନିଆଯାଇଥିଲା । ଯେଉଁଥିରେ ଅନେକ ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଜେଲ୍ ଡାକ୍ତର ରାଜେସ ଗୁପ୍ତାଙ୍କ କହିବାନୁସାରେ, ଜିଲ୍ଲା କାରଗାରରେ ୭୦ରୁ ଅଧିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟର ୫ ଜିଲ୍ଲାରେ ସଂକ୍ରମଣ ହାର ଅଧିକ

ଭୁବନେଶ୍ବର : ଦୈନିକ ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ପ୍ରତିଶତ ବଢ଼ିଛି। ଗତ ୨୪ଘଣ୍ଟାରେ ୯୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଏକାଧିକ ଜିଲ୍ଲାରେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ରେ ସଂକ୍ରମଣ ହାର ଅଧିକ ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୧୩୩, ମୟୂରଭଞ୍ଜ ୪୮, ସମ୍ବଲପୁର ୬୮, ବରଗଡ଼ ୫୪, ବଲାଙ୍ଗୀର ୩୭, କଟକ […]

ଅପରାଧ ରାଜ୍ୟ

ମହିଳା ଏଏସ୍‌ଆଇଙ୍କୁ ବାନ୍ଧିଲା ଭିଜିଲାନ୍‌ସ

ଭୁବନେଶ୍ବର/ବାଲିପାଟଣା : ବର୍ଷକରେ ୯୦ରୁ ଅଧିକ ମାମଲାର ଚାର୍ଜସିଟ୍‌ କରି ଗତବର୍ଷ ଡିଜି ଡିସ୍କ ପୁରସ୍କାର ପାଇଥିଲେ ବାଲିପାଟଣା ଥାନାରେ କାର୍ଯ୍ୟରତ ମହିଳା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ। କିନ୍ତୁ ତାଙ୍କ ଭିତରେ ଛପି ରହିଥିବା ଅସଲ ଲାଞ୍ଚୁଆ ଚେହେରାର ପର୍ଦ୍ଦାଫାସ୍ କରିଛି ଭିଜିଲାନ୍‌ସ। ଏକ ମାମଲାର ଫାଇନାଲ ଚାର୍ଜସିଟ୍‌ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି। ବାଲିପାଟଣା ଥାନାରୁ ଶ୍ରୀମତୀ ପାଇକରାୟଙ୍କୁ ଭିଜିଲାନ୍‌ସ ନିଜ ହେପାଜତକୁ ନେବା ପରେ […]

ଅପରାଧ ରାଜ୍ୟ

ଯୁବକଙ୍କୁ ନିର୍ମମ ହତ୍ୟା, ଶୋଇଥିବା ବେଳେ ମାରିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ୦୪।୦୮: ଯୁବକଙ୍କୁ ନିର୍ମମ ହତ୍ୟା । ଶୋଇଥିବା ବେଳେ ହତ୍ୟା କରିଥିବା ଅଭିଯୋଗ । ଜଙ୍କିଆ ଥାନା ମୋଟା ଗାଁରେ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ମୋଟା ଗାଁର ରଘୁନାଥ ମହାରଣା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଖବର ଅନୁଯାୟୀ, ମୋଟା ଗାଁର ରଘୁନାଥ ମହାରଣା ଘରର ଛାତ ଉପରେ ଶୋଇଥିଲେ । ଏହି ସମୟରେ କେହି ତାଙ୍କୁ ଅତି ନିର୍ମମ ଭାବେ […]

ଅପରାଧ ରାଜ୍ୟ

ଚୋରି ଘଟଣାରେ ଜଣେ ଗିରଫ, ସୁନାଗହଣା ଜବତ

ମାହାଙ୍ଗା ୪।୮: ଚୋରି ଘଟଣାରେ ଜଣକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଚୋର ଜଣକ ହେଲେ ମାହାଙ୍ଗା ଥାନା ଝାଡେଶ୍ବରପୁର ଗାଁର ରାକେଶ କୁମାର ନାୟକ ଓରଫ ଚନ୍ଦନ । ସୂଚନାଯୋଗ୍ୟ ଯେ, ଝାଡେଶ୍ବରପୁର ଗ୍ରାମର ସୁକାନ୍ତ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ପୋଲିସ ଝାଡେଶ୍ବରପୁର ଗ୍ରାମର ରାକେଶ କୁମାର ନାୟକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପରେ […]