ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀ, ବିଲଡର୍ଙ୍କ ହାତରେ ମରିଯିବ ଧନୁଆ
ବାଲିଅନ୍ତା: ଦିନକୁ ଦିନ ଧନୁଆ ନଈକୁ କବ୍ଜା କରିଚାଲିଛନ୍ତି ବିଲ୍ଡର। ଧନୁଆ ପଠା ସମେତ ଏଥିରେ ମିଶିଥିବା ବହୁ ଛୋଟ ଛୋଟ ନାଳ, ଜୋର ଓ ଦଣ୍ଡାକୁ ବି କବ୍ଜା କରିସାରିଲେଣି ବିଲ୍ଡରମାନେ। ଫଳରେ ବାଲିଅନ୍ତା ତହସିଲ ଅଧୀନ ବ୍ୟାପକ ଅଞ୍ଚଳରେ ଏବେ ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ଏବେଠୁ ବିଲ୍ଡରଙ୍କ ଉପରେ ଅଙ୍କୁଶ ନଲାଗିଲେ, ଦିନେ ଧନୁଆ ନଈର ମୃତ୍ୟୁ ହେବା ଓ ଏଥିଯୋଗୁଁ ବ୍ୟାପକ ଧାନ ଜମି ନଷ୍ଟ ହେବାର ଆଶଙ୍କା […]