ମହିଳାଙ୍କ କଟା ହାତ ଯୋଡ଼ା ହେଲା
କଟକ : କଟକ ବଡ଼ଡାକ୍ତରଖାନା ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ସଫଳତାର ସହିତ ଜଣେ ମହିଳାଙ୍କ କଟା ହାତ ଯୋଡା ହୋଇଛି। ସୁସ୍ଥ ହେବାପରେ ଆଜି ଉକ୍ତ ମହିଳାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି। ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ବ୍ଲକ୍ରେ ଏକ ପାରିବାରିକ ହିଂସା ଯୋଗୁଁ ସୁକାନ୍ତି ମହାନ୍ତିଙ୍କ ହାତ (କହୁଣୀରୁ ତଳକୁ) କଟିଯାଇ ଅଲଗା ହୋଇଯାଇଥିଲା। ଫଳରେ ପ୍ରଥମେ ତାଙ୍କୁ କାଜୁଆଲିଟି ଓ ପରେ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ୮ଘଣ୍ଟାର ରିପ୍ଲାଣ୍ଟେସନ୍ […]









