ରାଜ୍ୟ ସ୍ପେଶାଲ ରିପୋର୍ଟ

ଷଣ୍ଢ ଆକ୍ରମଣରେ ୧୧ ଆହତ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଗତକାଲିଠାରୁ ଏକ ଷଣ୍ଡ ଆକ୍ରମଣରେ ୧୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି l ଆହତ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ହୋତା (୫୮), ବାବନ ମିଶ୍ର (୭୦), ବିଶ୍ୱନାଥ ମିଶ୍ର (୫୬), ରାଧାମଣି ନନ୍ଦ (୮୬), ନର୍ମଦା ମହାପାତ୍ର (୬୦), ଜୟନାରାୟଣ ମିଶ୍ର (୬୮), ରଙ୍ଗାଧର ଦାସ (୫୮), ରଶ୍ମିରଞ୍ଜନ ମିଶ୍ର (୫୪), ସୁବାସ ମିଶ୍ର (୫୭) ଓ ନିକଟସ୍ଥ ଭୁତୁପଡ଼ା ଗ୍ରାମର ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନେ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l

ଅବସ୍ଥା ଗୁରୁତର ଥିବାରୁ ଶରତ ଚନ୍ଦ୍ର ହୋତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି l ଗ୍ରାମବାସୀମାନେ ଏ ସମ୍ପର୍କରେ ସତ୍ୟବାଦୀ ବିଡିଓ, ବନ ବିଭାଗ ଓ ପ୍ରାଣୀ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମାତ୍ର ଏହା ସେମାନଙ୍କ କାର୍ଯ୍ୟ ନୁହେଁ ବୋଲି କହି ଦାୟିତ୍ୱ ଏଡ଼ାଇ ଦେଇଛନ୍ତି ବୋଲି ଗ୍ରାମବାସୀ ମାନଙ୍କ ସୂତ୍ରରୁ ଜଣାପଡିଛିl ମାତ୍ର ଏହି ଷଣ୍ଡଟିର ହଠାତ କୌଣସି କାରଣରୁ ଆଜି ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଗ୍ରାମବାସୀ ଗାତ ଖୋଳି ଷଣ୍ଡଟିକୁ ପୋତିଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।