ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।
ସେପଟେ ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ। ପ୍ରବୀଣଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଗତ ୩ ବର୍ଷ ହେଲା ଜିଏସଟି ଫାଙ୍କିଥିବା ନେଇ ପୁଲିସ ପାଖରେ ସୂଚନା ପହଞ୍ଚିଛି। ଏଣେ ଫାର୍ମା ଲାଇସେନ୍ସ ରଦ୍ଦ ପାଇଁ ପ୍ରୟାସ ଆରମ୍ଭ କରିଛି ପୁଲିସ। ସେପଟେ ଆଜି ଆସିବ ଲ୍ୟାବରୁ ସାମ୍ପୁଲ ଟେଷ୍ଟ ରିପୋର୍ଟ ଆସିବ। ଆବଶ୍ୟକସ୍ଥଳେ ରାଜ୍ୟ ବାହାରକୁ ଗସ୍ତ କରି କମିସନରେଟ ପୁଲିସ ଏହାର ତଦନ୍ତ ଚଳାଇବ।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ବରମୁଣ୍ଡାରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଦୁଇ ଚାଲାଣକାରୀଙ୍କୁ ପୁଲିସ ମାଡି ବସିଥିଲା। ଘଟଣାସ୍ଥଳରୁ ପ୍ରାୟ ୨୪ ଶହ କଫ ସିରଫ ବୋତଲ ଜବତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଭରତପୁର ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ନାଁ ଦିଲ୍ଲୀପ ଦରଦା ଓ ଆଶିଷ କୁମାର ସାହୁ।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Friday, March 29