ଅପରାଧ ରାଜ୍ୟ

ପତ୍ନୀଙ୍କ ଦଶାହରେ ଆଖି ବୁଜିଲେ ସ୍ୱାମୀ, ଦୁଇ ଅନାଥ ପିଲାଙ୍କ ଦାୟିତ୍ବ ନେଲା ପ୍ରଶାସନ

ଭଦ୍ରକ : ଭାଗ୍ୟର କି ବିଡ଼ମ୍ବନା। ସ୍ତ୍ରୀଙ୍କର ଦଶାହ ଦିନ ଆଖି ବୁଜିଲେ ସ୍ୱାମୀ। ଆଉ ସବୁଦିନ ପାଇଁ ଅନାଥ ହୋଇଗଲେ ଦୁଇ କୋମଳମତି ଶିଶୁ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତରେ। ବଣିଆ ପଞ୍ଚାୟତ ପେଡ଼ାସାହି ଗ୍ରାମର ନରହରି ପେଡ଼ା ପେଷାରେ ଡ୍ରାଇଭର। ଆଜିକୁ ଦୁଇ ବର୍ଷ ତଳେ ନରହରିଙ୍କ ସହ ତାଙ୍କ ସ୍ତ୍ରୀ ଇତିଶ୍ରୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା […]

ଅପରାଧ ରାଜ୍ୟ

ବୃଦ୍ଧଙ୍କୁ ଅଜଗର ଗିଳିଲା ନା ନିଖୋଜ? ଅଜଗର ଶୋଇଥିବା ସ୍ଥାନରୁ ଗାଡି, ଚପଲ, ଲୁଗାପଟା ଉଦ୍ଧାର

କଟକ/ଡ଼ମପଡା : ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି ସ୍ବାମୀ। ଆଖିରୁ ଲୁହ ଶୁଖୁନି ସ୍ତ୍ରୀ ସରସ୍ବତୀଙ୍କର। ଚର୍ଚ୍ଚା ହେଉଛି ଅଜଗର ଗିଳି ଦେଇଛି ତାଙ୍କ ସ୍ବାମୀଙ୍କୁ। ଜଙ୍ଗଲ ଭିତରେ ଏବେ ଯେଉଁଠି ଅଜଗର ଶୋଇଛି ସେହି ସ୍ଥାନଠାରୁ ମାତ୍ର ୭୦୦/୮୦୦ ମିଟର ଦୂରରୁ ଉଦ୍ଧାର କରାଯାଇଛି ତାଙ୍କ ସ୍ବାମୀ, ଫେରି ବ୍ୟବସାୟୀ ନନ୍ଦ କିଶୋର ବେହେରା(୭୭)ଙ୍କ ଚପଲ, ଲୁଗାପଟା ଓ ଗାଡି। କିନ୍ତୁ, ସେହି ସ୍ଥାନ ହେଉଛି ଅଭୟାରଣ୍ୟର ରେଡ୍ ଜୋନ। ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ […]

ଅପରାଧ ରାଜ୍ୟ

ଦୁଇ ହାତୀ ମୃତ୍ୟୁ ଘଟଣାରେ ଅବହେଳା ଜଳଜଳ, ଟଙ୍କା ଜମା ପରେ ବି କେବୁଲ୍‌ ବିଛାଇ ନଥିଲା ବିଦ୍ୟୁତ୍‌ ବିଭାଗ

କେନ୍ଦୁଝର : କେନ୍ଦୁଝର ଜୁଡ଼ିଆ କୃଷି ଫାର୍ମରେ ବିଦ୍ୟୁତ୍‌ ଆଘାତରେ ଦୁଇଟି ହାତୀ ପ୍ରାଣ ହରାଇବା ଘଟଣାରେ ବିଦ୍ୟୁତ୍‌ ବିଭାଗର ଗୋଟିଏ ପରେ ଗୋଟିଏ ଅବହେଳା ପଦାକୁ ଆସିବାରେ ଲାଗିଛି। ଖୋଲା ତାରକୁ ହଟାଇ କେବୁଲ୍‌ ବିଛାଇବା ପାଇଁ ବିଦ୍ୟୁତ୍‌ ବିଭାଗ ପାଖରେ କୃଷି ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ ଟଙ୍କା ଜମା କରିଥିଲେ। ତେବେ, କାମ ସଠିକ୍‌ ଢଙ୍ଗରେ ହୋଇ ନଥିବାରୁ ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲା ବୋଲି କୁହାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, କୃଷି […]

ରାଶିଫଳ ସ୍ପେଶାଲ ରିପୋର୍ଟ

ଜନ୍ମଦିନରେ ବି ପାସୋରି ଗଲେ: ‘ଗ୍ରାମପଥ’ର କବି ବିନୋଦଙ୍କ ପାଇଁ ଜାଗାଟିଏ ମିଳୁନି

ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ, ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ, କ୍ଷେତ ପ‌ରେ କ୍ଷେତ କାଶଫୁଲ ଆଉ ବେଣାରେ ଜଟିଳା ପାଟ, ପାଟ ପରେ ବଣ ପାରିହେଲେ ମାମୁ ଘର ଗାଆଁ ଦିଶେ।’ ‘ଗ୍ରାମପଥ’ର ଏ ପ୍ରଥମ ପଙ୍‌କ୍ତି ଉଚ୍ଚାରଣ ମାତ୍ରକେ ଗାଁର ଏକ ସବୁଜ ସୁଶୋଭିତ ଦୃଶ୍ୟପଟ୍ଟ ଆଖିଆଗକୁ ଆପଣାଛାଏଁ ଚାଲିଆସେ। ଏହି କବିତାର ସ୍ରଷ୍ଟା ବିନୋଦ ନାୟକଙ୍କ କଥା ମ‌ନେ ପଡ଼ିଯାଏ। ହେଲେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୭୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୮୨୪୪କୁ ବୃଦ୍ଧି ପାଇଛି । ଏନେଇ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ବିଭାଗର ନିର୍ଦ୍ଦେଶ: ‘ଉଭୟ ଓଡ଼ିଆ, ଇଂରାଜୀ ଭାଷାରେ କଳା ପ୍ରଶ୍ନପତ୍ର ଦିଅ’

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର +୩ କଳା ବିଷୟରେ ପ୍ରଶ୍ନପତ୍ର ଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ସଚିବ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ବବିଦ୍ୟାଳୟର କଳା ସ୍ନାତକ ବିଦ୍ୟାର୍ଥୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଯାଇଥିଲା। ସେଥିରେ କଳା ପ୍ରଶ୍ନପତ୍ର କେବଳ ଇଂରାଜୀ ଭାଷାରେ ଦିଆଯାଉ ଥିବାରୁ ଓଡ଼ିଆ ମାଧ୍ୟମରେ ପରୀକ୍ଷା […]

ଅପରାଧ ରାଜ୍ୟ

ରାତି ଅଧରେ ହଷ୍ଟେଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ, ଜିଲ୍ଲାପାଳଙ୍କୁ ଭେଟି କଲେ ଅଭିଯୋଗ

ମାଲକାନଗିରି ୦୩/୦୯: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଛି ଅବ୍ୟବସ୍ଥା । ଛାତ୍ର ଛାତ୍ରୀଙ୍କ କୌଣସି କଥା ଶୁଣୁ ନାହାନ୍ତି ସ୍କୁଲ କତ୍ତୃପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ । ପ୍ରତି ମାସରେ ଛାତ୍ରଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି କରି ଦେଉଛନ୍ତି ହଷ୍ଟେଲ ୱାର୍ଡେନ । ଏହାସହ ୱାର୍ଡେନ ଝିଅକୁ ନ ଧରିଲେ ପିଲାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ମଧ୍ୟ ପଡେ । ଆହୁରି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୩୩ ଦିନରେ ଧାରଣା, ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକା

ବ୍ରହ୍ମପୁର ୦୩/୦୯: ନ୍ୟାୟ ପାଇଁ ଦୀପିକା ଧାରଣା ଜାରି ରଖିଥିବା ବେଳେ ପ୍ରେମିକ ଦିନେଶଙ୍କ ପରିବାରବର୍ଗ ଘରେ ତାଲା ପକାଇ କୁଆଡେ ପଳାଇଛନ୍ତି । ସେପଟେ ଦୀପିକା ଗଣେଶଙ୍କୁ ଆରାଧନା କରି ନିଜର ତଥା ପୁଅର ଭବିଷ୍ୟତ ପାଇଁ କାମନା କରିଛନ୍ତି । ୧୦୮ ଦୀପ ଲଗାଇ ପୂଜାର୍ଚ୍ଚନା କରିଛନ୍ତି । ଗତକାଲି ସନ୍ଧ୍ୟାରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଦୀପିକା ଗଣେଶ ମୂର୍ତ୍ତି ବିସର୍ଜନ କରିଛନ୍ତି । ସେ କହିଛନ୍ତି ଦିନେଶଙ୍କୁ ସଦବୁଦ୍ଧି ଦିଅନ୍ତୁ । […]

ଅପରାଧ ରାଜ୍ୟ

ରାଜଧାନୀରେ ପଡିଲା ପୁଣି ରକ୍ତର ଛିଟା, ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ

ଭୁବନେଶ୍ବର ୦୩।୦୯: ରାଜଧାନୀ ରାଜରାସ୍ତାରେ ପଡିଲା ପୁଣି ରକ୍ତର ଛିଟା । ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍‌କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ […]

ଅପରାଧ ରାଜ୍ୟ

ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ମାଓବାଦୀ ଙ୍କ ଚେତାବନୀ, ଲାଗିଲା ହାତ ଲେଖା ପୋଷ୍ଟର

ବାଲିଗୁଡା ୦୩/୦୯: ବହୁ ଦିନର ନୀରବତା ପରେ କନ୍ଧମାଳ ରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର । ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ଲୁଟ ଏବଂ ରାଜସ୍ୱ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ […]