ଅପରାଧ ରାଜ୍ୟ

ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ, ଶନିବାରଠାରୁ ମିଳୁନି ପତ୍ତା

ପାରାଦୀପ ୦୯/୦୫: ପାରାଦୀପ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ । ଶନିବାରଠାରୁ ପତ୍ତା ମିଳୁନି ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି । ୧୦ ଦିନ ତଳେ ଧର୍ଷଣର ଶିକାର ହୋଇଥିଲେ ଆଶାକର୍ମୀ । ଅଭିଯୋଗ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଟିଆଇ ପରେଡ ଥିବାରୁ ଅପହରଣ ହୋଇଥିବା ନେଇ ଅଭିଯୋଗ । ସୂଚନା ଥାଉକି, ପାରାଦୀପ ଆଶାକର୍ମୀ ଅପହରଣ ଓ ଦୁଷ୍କର୍ମ ଘଟଣାରେ ନୂଆମୋଡ ଦେଖିବାକୁ ମିଳିଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଜି ଗୁରୁଦିବସ: ଆଦିବାସୀ ପିଲାଙ୍କ ପାଇଁ ଆଲୋକବର୍ତ୍ତିକା ‘ଶ୍ରୀନାଥ’

ବାରିପଦା: ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଲେ। ଆଉ ରୋଜଗାର ସମୟରେ ଗୋଡ଼ ଖରାପ ହେବାରୁ ଚଲାବୁଲା କରି ପାରିଲେ ନାହିଁ। ଶିକ୍ଷକ ହେବାର ସବୁ ଆଶା ମଉଳିଗଲା। ଏପରି ସମୟରେ ସେ ଶିକ୍ଷକ ହେବା ନିଶାରେ ଗାଁ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ବଞ୍ଚିବାର ରାହା ଦେଖାଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ବଡ଼ଫେଣେଇ ପଞ୍ଚାୟତ ବଡ଼ସାଫେଲ ଆଦିବାସୀ ଗାଁ’ର ବାସିନ୍ଦା ହେଉଛନ୍ତି ଶ୍ରୀନାଥ ମୁର୍ମୁ। ବୟସ ୫୦। ସେ ସ୍ଥାନୀୟ ବାହାନଗା ହାଇସ୍କୁଲ୍‌ରୁ ମାଟ୍ରିକ୍‌ […]

ଅପରାଧ ରାଜ୍ୟ

ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ

ସୋର ୦୫।୦୯ : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ବର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ଵଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ ଫେରୁଥିଲେ। ଫେରିବା ଵେଳେ ସେ ପୋଖରୀରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

ଅପରାଧ ରାଜ୍ୟ

ଭାରତ ପାକ୍‌ ମ୍ୟାଚ ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ନେଇ ବିବାଦ, ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ ୦୯/୦୫: ଭାରତ ପାକିସ୍ତାନ ମ୍ୟାଚ୍ ପରେ ଭଦ୍ରକ ପୁରୁଣାବଜାରରେ ପ୍ରତିବାଦ ଦେଖାଦେଇଛି । ଥାନା ସମ୍ମୁଖ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ । ସୂଚନା ଥାଉକି, ଭାରତ- ପାକିସ୍ତାନ ମ୍ୟାଚ ପରେ ସାମାଜିକ ଗଣମାଧ୍ୟମରେ କିଛି ପୋଷ୍ଟିଂକୁ ନେଇ ଏଭଳି ବିବାଦ ଉପୁଜିଥିଲା । ଯାହାକୁ ନେଇ ଥାନା ସମ୍ମୁଖରେ ରାସ୍ତା ଅବରୋଧ ହୋଇଛି । ଯେଉଁଥିପାଇଁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତା ଉପରେ ଛିଡା ହୋଇଛି ଗାଡି […]

ଅପରାଧ ରାଜ୍ୟ

ସ୍କୁୁଟିରେ ଘରକୁ ଫେରୁଥିଲେ ସରପଞ୍ଚ, ଅଧାରାସ୍ତାରେ ୮ ଦୁର୍ବୃତ୍ତ କଲେ ଆକ୍ରମଣ

ସୋର ୦୫।୦୯: ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ବାଲେଶ୍ବର ବାହାନଗା ବ୍ଲକ ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତ। ରାତିରେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅଟଳ ବିହାରୀ ରାଉତଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଗୋପାଳପୁର ଡାକ୍ତରଖାନା ଏବଂ ପରେ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅପରାଧ ରାଜ୍ୟ

ନିଶା ନିବାରଣ କେନ୍ଦ୍ରର ମାଲିକ ଗିରଫ, ପ୍ରଶାସନର ନିର୍ଦ୍ଦେଶ ନ ମାନି ବେଆଇନ ଭାବେ ଚଳାଇଥିଲେ କେନ୍ଦ୍ର

ବାରିପଦା, ୦୪|୦୯: ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି ଗିରଫ । ଶନିବାର ବିଳମ୍ବିତ ରାତିରେ ଗିରଫ କଲା ଟାଉନ ଥାନା ପୋଲିସ। ସୂଚନାନୁସାରେ, କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ବେଆଇନ ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ […]

ଅପରାଧ ରାଜ୍ୟ

ରାଧାଷ୍ଟମୀରେ ଚୋରି, ଦୁର୍ବୃତ୍ତ ମନ୍ଦିରରେ ପଶି ମୂର୍ତ୍ତି ସହ ନେଇଗଲେ ସୁନାଗହଣା !

ପୁରୀ ୦୪।୦୯ : ଶ୍ରୀକ୍ଷେତ୍ରରେ ମାତିଲେ ମୂର୍ତ୍ତି ଚୋର । ରବିବାର ପବିତ୍ର ରାଧାଷ୍ଟମୀ ଅବସରରେ ବି ରାଧା ମୂର୍ତ୍ତିଙ୍କୁ ଛାଡିଲେନି ଲୁଟେରା । ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସଦର ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଖବର ଅନୁଯାୟା, ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁର ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି ହୋଇଛି […]

ଅପରାଧ ରାଜ୍ୟ

ମାଲ୍‌କାନଗିରିରେ କିଡ୍‌ନୀ ବିକ୍ରି ଘଟଣା, ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ

ମାଲକାନଗିରି ୦୪।୦୯: ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କିଡନୀ ବିକ୍ରି ଘଟଣାରେ ଆକ୍ସନ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ଅନୁଯାୟୀ, କୋତାମେଟା ଗାଁର ରଞ୍ଜିତା କୁଣ୍ଡୁ ନାମକ ଜଣେ ବିବାହିତ ମହିଳାଙ୍କ କିଡନି ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ପରେ ଜିଲ୍ଲା ସଦର ଚିକିତ୍ସାଳୟରେ ରଞ୍ଜିତା କୁଣ୍ଡୁଙ୍କୁ ଡାକ୍ତରୀ ପରୀକ୍ଷା […]

ଅପରାଧ ରାଜ୍ୟ

ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣା, ୫ଜଣ ସେବାୟତ ନିଲମ୍ବିତ

ବାରିପଦା ୦୪।୦୯: ବାରିପଦା ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣାରେ ଆକ୍ସନ । ମାମଲାରେ ୫ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ମନ୍ଦିର ଟହଲିଆ ସେବାୟତ ଭାନୁ ମହାଭୋଇ, କୃଷ୍ଣଚନ୍ଦ୍ର ବାରିକ, ମହେଶ୍ବର ମହାକୁଡ଼, ଦୀପଙ୍କର ମହାଭୋଇ, ଚିତ୍ତ ରଞ୍ଜନ ମହାଭୋଇ ଉକ୍ତ ରହିଛନ୍ତି । ଦେବତ୍ୱର ବିଭାଗ ପତ୍ର ସଂଖ୍ୟା ୫୫୪ ଅନୁଯାୟୀ ନିଲମ୍ବନ ଆଦେଶ ଦିଆଯାଇଛି। ଖବର ଅନୁଯାୟୀ, ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଶୁକ୍ରବାର ସନ୍ଧ୍ୟା ଆଳତୀ ପରେ […]

ଅପରାଧ ରାଜ୍ୟ

ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ଜମି

ନାରାୟଣପାଟଣା : ଆନ୍ଧ୍ରର କିଛି ଦଲାଲ ଓଡ଼ିଶା-ଆନ୍ଧ୍ରର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ଲଙ୍ଗଳବେଡ଼ା ପଞ୍ଚାୟତର କାମ୍ବିବାଲସା ଗ୍ରାମରେ ପଶି ଜଣେ ଆଦିବାସୀଙ୍କ ୭ ଏକର ଚାଷଜମିକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଅଜାଙ୍କ ନାଁରେ ଏହି ଚାଷ ଜମିର ପଟ୍ଟା ଥିଲେ ମଧ୍ୟ ଏହାକୁ ଜୋର୍‌ଜବରଦସ୍ତ ଦଖଲକୁ ନେଇଛନ୍ତି। ଏପରିକି ମେସିନ୍ ଲଗାଇ ଚାଷ ଜମି ଓ ମକା ଫସଲ ନଷ୍ଟ କରି ଦେଇଛନ୍ତି। ସୂଚନା ଅନୁଯାୟୀ, କାମ୍ବିବାଲସା ଗ୍ରାମର ନରେନ୍ଦ୍ର ତାଡିଙ୍ଗିଙ୍କ ଜେଜେବାପାଙ୍କ […]