ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ତୀରମାଡ଼, ଗୁରୁତର ଯୁବକ ବୁର୍ଲା ସ୍ଥାନାନ୍ତର

ଦେବଗଡ଼ ୦୬।୦୯: ସାମାନ୍ୟ ବଚସାରୁ ତୀରମାଡ଼। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରାଇତାବାହାଳ ପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗାଁରେ ଜଣେ ଯୁବକଙ୍କୁ ତୀରମାଡ଼ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳରେ ତୀରମାଡ଼ ହୋଇଥିବା ଅନୁମାନ କରାଯାଉଛି । ଖବର ଅନୁଯାୟୀ, ଉପରଖଣ୍ଡାମ ଗାଁର ବାବୁ ଧିବର ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ଅନ୍ୟ […]

ଅପରାଧ ରାଜ୍ୟ

ଦଶପଲ୍ଲାରେ ମଦ ଭାଟି ସହ ତାଳ ଦେଇ ବଢୁଛି ଅପରାଧ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ଆଦିବାସୀ ବହୁଳ ପଞ୍ଚାୟତରେ ଦିନକୁ ଦିନ ବଢ଼ି ଚାଲିଛି ମଦଭାଟି ସଂଖ୍ୟା। ଜଙ୍ଗଲରେ ଦୈନିକ ରନ୍ଧା ଯାଉଛି ଶହଶହ ଲିଟର ମଦ। ମଦ ବ୍ୟବସାୟୀମାନେ ବିଭିନ୍ନ ଜଙ୍ଗଲରେ ମଦଭାଟି ବସାଉଛନ୍ତି। ଏହାକୁ କିଏ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛି ତ ପୁଣି କିଏ ବାହାରକୁ ଚାଲାଣ କରୁଛି। ଫଳରେ ବିଭିନ୍ନ ଛକ ବଜାରଠାରୁ ଆରମ୍ଭ କରି ଚା, ପାନ ଓ ଜଳଖିଆ ଦୋକାନରେ ସଞ୍ଜ ନଇଁଲେ ଜମୁଛି ମଦର ଆସର। […]

ଅପରାଧ ରାଜ୍ୟ

୧୦ ଦିନ ପରେ ମିଳିଲା ମୃତଦେହ, ଜଙ୍ଗଲକୁ ଡାକି ନେଇ ମାରିଦେଲେ ପ୍ରେମିକାର ପରିବାର

ବାଲିଗୁଡ଼ା ୦୬।୦୯: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁ ପୁଟୁକିପାଲି ଗାଁରେ ଅଭାବନୀୟ ଘଟଣା । ଦଶ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଶୁକଦେବ ରଣାଙ୍କ ଗଳିତ ଶବ l ଗତ ୨୬ ତାରିଖ ଦିନ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁ ଶୁକଦେବ ରଣା ନିଖୋଜ ଥିଲେ । କିନ୍ତୁ ବହୁ ଖୋଜାଖୋଜି ପରେ ମଧ୍ୟ ଶୁକଦେବଙ୍କ ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମୋହନାରେ ଡେଙ୍ଗୁ ଆତଙ୍କ; ଚିହ୍ନଟ ହେଲେ ୩୧ ଜଣ ଡେଙ୍ଗୁ ରୋଗୀ

ମୋହନା ୦୯/୦୫: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କl ଗତ କିଛି ଦିନ ହେଲା ମୋହନlର କିଛି ଲୋକ ଆକ୍ରାନ୍ତ ହୋଇଥିବାରୁ ପ୍ରଶାସନ ତତ୍ପର ହୋଇଛି l ରବିବାର ଓ ସୋମବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି l ଭୁବନେଶ୍ୱର ହାଇଟେକ ମେଡ଼ିକାଲରୁ ଟିମ ରକ୍ତ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପରେ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର […]

ଅପରାଧ ରାଜ୍ୟ

ପାରାଦୀପରେ ଚାଞ୍ଚଲ୍ୟ: ଟିଆଇ ପରେଡ୍ ପୂର୍ବରୁ ଦୁଷ୍କର୍ମ ପୀଡ଼ିତାଙ୍କୁ ଅପହରଣ!

ଜଗତସିଂହପୁର : ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଆଶାକର୍ମୀଙ୍କ ପତ୍ତା ମିଳୁନି। ଗତକାଲି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଜେଲ୍‌ରେ ଟିଆଇ ପରେଡ୍ କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ ସେ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ତେବେ, ପୀଡ଼ିତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଜଟାଧାରୀ ଥାନା ମୁହାଣ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତମାସରେ ପାରାଦୀପର ଏମ୍ପାୟର୍ସ ହୋଟେଲ ନିକଟରୁ ଚାରି ଜଣ ଯୁବକ ଏକ ନାଲି କାର୍‌ରେ […]

ଅପରାଧ ରାଜ୍ୟ

ରହସ୍ୟରେ ରହିଗଲା ୧୦ ଲକ୍ଷ ଲୁଟ୍ ଘଟଣା, ହେଲାନି ଲିଖିତ ଅଭିଯୋଗ

ବ୍ରହ୍ମଗିରି : ଗତକାଲି ଦିନ ଦ୍ବିପ୍ରହରରେ ବ୍ରହ୍ମଗିରି ହାଇସ୍କୁଲ୍‌ ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ ନିକଟରେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ରହସ୍ୟରେ ରହିଛି। ଲୁଟ୍ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଲୁଟ୍‌ର ଶିକାର ହୋଇଥିବା ପୁଲିସ କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଜଣାପଡିଛି। ଅଭିଯୋଗ ଆସି ନ ଥିବାରୁ ପୁଲିସ ଆଗକୁ ଯାଇ ପାରୁ ନାହିଁ। ଏହି ଲୁଟ୍ ଘଟଣା ପଛର […]

ଅପରାଧ ରାଜ୍ୟ

ବିଷାକ୍ତ ପିମ୍ପୁଡ଼ି ଆତଙ୍କ: ଲୋକେ ଅସ୍ତବ୍ୟସ୍ତ, ପ୍ରଶାସନ ନିରବ

ପିପିଲି : ପିପିଲି ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଗତ କିଛିଦିନ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି। ଏବେ ପିମ୍ପୁଡ଼ି ଆକ୍ରାନ୍ତରେ ଅତିଷ୍ଠ ଲୋକେ ବାଧ୍ୟହୋଇ ଗାଁ ଛାଡ଼ୁଛନ୍ତି। ଯନ୍ତ୍ରଣା ଅସହ୍ୟ ହେବାରୁ ଗାଁର କୁମୁଦ ଦାଶ ପରିବାର ଗାଁ ଛାଡ଼ି ଏବେ ନିଜ ବନ୍ଧୁଘର ଡେଲାଙ୍ଗରେ ଆଶ୍ରୟ ନେଇଥିବାବେଳେ ରେଣୁବାଳା ଦାଶ ନିଜ ସମ୍ପର୍କୀୟ ଘର ଖୋର୍ଦ୍ଧାରେ ଅବସ୍ଥାନ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅଦ୍ୟାବଧି ଜିଲ୍ଲା […]

ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ସର୍ବନାଶ, ଘରେ ଓ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନୀଳଗିରି ୦୫।୦୯: ବ୍ୟକ୍ତିଗତ ରାଗ ରଖି ଘରେ ଓ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ରବିବାର ରାତିରେ ନୀଳଗିରି ଥାନା ଅଧିନ କେପିଲାଖରାଜ ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁରେ ଏଭଳି ଅଘଟଣ ଘଟିଛି। ଖବର ଅନୁଯାୟୀ, ରମେଶ ଚନ୍ଦ୍ର ରଣାଙ୍କ ଦୋକାନ ସହିତ ବାସଭବନକୁ ବ୍ୟକ୍ତିଗତ ରାଗ ରଖି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ସମସ୍ତ ଜିନିଷ, ଗାଡ଼ି, ଗ୍ୟାସ୍, ଦୋକାନ ସାମଗ୍ରୀ ପୋଡି ସବୁ ନଷ୍ଟ ହୋଇଯାଇଛି। ଏହି ଘଟଣା ପରେ […]

ଅପରାଧ ରାଜ୍ୟ

କାନ୍ଥ କଣା କରି ମନ୍ଦିରରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଟେର୍‌ ପାଉନି ପୋଲିସ

ସାନଖେମୁଣ୍ଡି ୦୫।୦୯: ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଘଟଣା। ରାତି ସମୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଅଞ୍ଚଳବାସୀ । କିଏ ଘର ଛାତ ଉପରେ ଶୋଇଥିବା ବେଳେ ଘର କବାଟ ତାଡି ଲୁଟ ତ ବାରି ପଟେ ଚତୁରତାର ସହ ଚୋରି ହେବା ଘଟଣା ସାମ୍ନାକୁ ଆସୁଛି। ଆଉ ଏବେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର। ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ବାଲି ଉତ୍ତୋଳନ ମାମଲାରେ ଏନ୍‌ଜିଟି ଛାଟ: ୩୬.୭୦ କୋଟି ଜରିମାନା ଆଦାୟ କରି ପାରିବ ତ ପ୍ରଶାସନ?

ବାରିପଦା: ବେଆଇନ ବାଲି ଉତ୍ତୋଳନ ଚାଲିଥିଲା। ଲିଜ୍‌ଧାରୀ ହେଲେ ମୋହରା। ଫାଇଦା ଉଠାଇଲେ ନେତା ଓ ଅଫିସର। ମାଫିଆ ବି ମାଲେମାଲ୍‌। କୋଟି କୋଟି ଟଙ୍କାର ରାଜସ୍ବ ହରାଇଲେ ସରକାର। ଏପରି ସମୟରେ ମାମଲା ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ରେ ପହଞ୍ଚିଲା। ଦୀର୍ଘ ୬ ମାସ ପରେ ଟ୍ରିବ୍ୟୁନାଲ୍‌ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ୩ ସଇରାତ; ଆରପଟା, ଡିଙ୍ଗିରା ଓ ମହୁପୁରାରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ପାଇଁ ୨ ଲିଜ୍‌ଧାରୀଙ୍କୁ ଜରିମାନା ବାବଦକୁ […]