ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ତୃତୀୟ ଡୋଜ୍‌ ଟିକା ନେବାକୁ ଅମଙ୍ଗ! ନେଇଛନ୍ତି ମାତ୍ର ୩,୪୩,୧୨୭ ଜଣ

ରାଉରକେଲା: କୋଭିଡ୍‌ ଟିକା ନେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ; ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଜନସାଧାରଣ ଚିରାଚରିତ ଅବହେଳା ଜାରି ରଖିଛନ୍ତି। ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ଟିକା ନେଉନାହାନ୍ତି। ବିଶେଷକରି ତୃତୀୟ ଡୋଜ୍‌ ବା ପ୍ରିକସନାରୀ ଡୋଜ୍‌ ନେବାକୁ ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମାଗଣା ଟିକା ବ୍ୟବସ୍ଥା କରାଯାଇଥିବାରୁ ଏସମୟରେ ଟିକା ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଟିକାଦାନ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଖୋଲିବ ‘କଥିତ ଓ ଆଦିବାସୀ ଭାଷା, ସାହିତ୍ୟ କେନ୍ଦ୍ର’: ସଂଗ୍ରହାଳୟ ପରିସରରେ ରହିବ କାର୍ଯ୍ୟାଳୟ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ କୌଣସି ରାଜ୍ୟରେ ଏହା ‌ହେବ ପ୍ରଥମ ଶାଖା। ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ସଂସ୍କୃତି ବିଭାଗର ପୁରାତନ ନିର୍ଦ୍ଦେଶାଳୟ କୋଠାରେ ବିନା ଦେୟରେ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଏ ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ଏହା ପରେ […]

ଅପରାଧ ରାଜ୍ୟ

ସୈତାନ ସାଜିଲା ପୁଅ, ସମ୍ପତ୍ତି ପାଇଁ ମାଆକୁ ମାରିଦେଲା

ଭଞ୍ଜନଗର ୦୭।୦୯: ମାଆକୁ ମାରିଦେଲା ପୁଅ। ସମ୍ପତ୍ତି ପାଇଁ ସଇତାନ୍ ସାଜିଲା ଘରର ଏକ ମାତ୍ର ପୁଅ। ଟଙ୍କା ପାଇଁ ମାଆର ତଣ୍ଟି ଚିପି ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଉଲୁଦନ ଗାଁର ଅଡଙ୍ଗପାରି ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ଘରର ସମ୍ପତ୍ତି ଭlଗବାଣ୍ଟାକୁ କେନ୍ଦ୍ର କରି ୪ ଦିନ ହେଲା ପୁଅ ସନ୍ତୋଷ ଓ ମାଆଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ପୂର୍ବରୁ ମଧ୍ୟ ବହୁବାର […]

ଅପରାଧ ରାଜ୍ୟ

ପ୍ୟାକ୍ସ ସାର ଉଠାଇଲେନି; ଚାଷୀଙ୍କୁ ଲୁଟୁଛନ୍ତି ଡିଲର୍‌, ବେପାରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍‌ ଚାଷ ଏବେ ଜୋର୍‌ ଧରିଛି। ଗତ ମାସରେ ହୋଇଥିବା ଲଘୁଚାପ ବର୍ଷା ପରେ ଚାଷ କାର୍ଯ୍ୟ ଆଗେଇଛି। କ୍ଷେତ୍ରରେ ଧାନଗଛ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏବେ ସାର ପ୍ରୟୋଗ କରିବାର ସମୟ ଆସିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ପରିମାଣ ସାର ମିଳୁ ନଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାର ବହୁ ସମବାୟ ସମିତି ସାର ଉଠାଇ ନାହାନ୍ତି। ଏଣୁ ଚାଷୀଙ୍କୁ ଡିଲର୍‌ ଓ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ଼ ୦୬।୦୯: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ଦେବଗଡ଼-ବଣାଇ ସୀମା ନିକଟରେ ଥିବା ଏକ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଟିକାୟତ ପାଲି ଥାନାର ତିଳେଇବଣି ନିକଟ କାଟେଇ ଗାଁର ପଠାଣି ଭୁଇଁଆ ସ୍ୱାମୀ ମରିଗଲା ପରେ ଏକ ମାତ୍ର ଶିଶୁ ପୁତ୍ରକୁ ଧରି ରହୁଥିଲେ। ଦିନ ମଜୁରିଆ […]

ଅପରାଧ ରାଜ୍ୟ

ଲାଇଫଲାଇନ୍ ପାଲଟିଲା ଡେଥ୍‌ଲାଇନ୍‌, ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ

କେନ୍ଦୁଝର ୦୬।୦୯: କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ୍। ଜାତୀୟ ରାଜପଥର ଜଡିଚାତର ଗାଁ ନିକଟରେ ବାଇଟ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉଭୟ ଯୁବକ କେନ୍ଦୁଝର ସହରର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ […]

ଅପରାଧ ରାଜ୍ୟ

ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ, ଡ୍ରାଇଭର ଓ ହେଲ୍‌ପରଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର ୦୬।୦୯ : ଆନନ୍ଦପୁର ପୋଲିସକୁ ସଫଳତା । ଏକ ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ କଲା ପୋଲିସ । ବିପୁଳ ପରିମାଣର ପାଇପ୍‌ ଜବତ ସହ ଗାଡିର ଡ୍ରାଇଭର ଓ ହେଲ୍‌ପରୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ନିକଟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ନିର୍ମାଣ କାମରେ ନିୟୋଜତି ଠିକା ସଂସ୍ଥାର କ୍ୟାମ୍ପରୁ ଟ୍ରକ ଲଗାଇ ପାଇପ୍ ଚୋରି କରୁଥିଲେ ଚୋର। ଟ୍ରକଟି […]

ଅପରାଧ ରାଜ୍ୟ

ଇନୋଭା ଧକ୍କାରେ ଯୁକ୍ତ ୨ ଛାତ୍ରୀ ଗୁରୁତର, କଟକ ବଡ଼ମେଡିକାଲ ସ୍ଥାନାନ୍ତର

ଆନନ୍ଦପୁର ୦୬।୦୯ : ଇନୋଭା ଧକ୍କାରେ ଛାତ୍ରୀ ଗୁରୁତର । ଆନନ୍ଦପୁରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଗୁରୁତର ଛାତ୍ରୀଙ୍କ ନାମ ଦେବାନ୍ସି ପ୍ରିୟଦର୍ଶିନୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଆନନ୍ଦପୁର କଲେଜର ଯୁକ୍ତ ୨ ଛାତ୍ରୀ ଦେବାନ୍ସି ପ୍ରିୟଦର୍ଶିନୀ ନିଜ ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ । ଠିକ୍‌ ଏହି ସମୟରେ ଏକ ଦୃତଗାମୀ ଇନୋଭା କାର୍ […]

ଅପରାଧ ରାଜ୍ୟ

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ ୦୬।୦୯: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଶେଷ ହୋଇଛି ଏବଂ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ୍ । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପକସୋ କୋର୍ଟରେ ଦାଖଲ ହୋଇଛି। ସେହିପରି ଏସମ୍ପର୍କିତ ରିପୋର୍ଟକୁ ଆଜି ସିଲ କଭର ଜରିଆରେ ହାଇକୋର୍ଟରେ […]

ଅପରାଧ ରାଜ୍ୟ

ପୋଲିସ୍‌ ଗାଡିକୁ ଢେଲା ମାରିବା ଘଟଣାରେ ଦୁଇ ଅଟକ, ସରପଞ୍ଚଙ୍କ ସଂପୃକ୍ତିଙ୍କୁ ନେଇ ଚର୍ଚ୍ଚା

ଭଦ୍ରକ ୦୬।୦୯ : ରାତିରେ ପୋଲିସ ଫୋର୍ସ ଗାଡିକୁ ଢେଲା ମାରିବା ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଫୋର୍ସ ନେଇ ଯାଉଥିବା ଗାଡିଟି ହେଡ ଲାଇଟ୍‌ ମାରିବାରୁ କେତେକ ଯୁବକ ଢେଲା ମାରିଥିବା ସୂଚନା । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଏମିତି ଘଟଣା ସାମ୍ନାକୁ ଆସିଛି । ଧାମନଗର ଥାନା ଅଧିନରେ କାମ ସାରି ଏକ ପୋଲିସ ଫୋର୍ସ ଗାଡି ଫେରୁଥିଲା । ତେବେ ଗାଡିର […]