କଣ୍ଟାବାଞ୍ଜି ଗଲା କ୍ରାଇମବ୍ରାଞ୍ଚ୍ ଟିମ୍: ସାଇବର୍, ଫଟୋ ବ୍ୟୁରୋ, ଫରେନସିକ୍ ଟିମ୍ ସାମିଲ
କଟକ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଫିସର୍ ଯାଇଛନ୍ତି। ଏଥିରେ ଇନ୍ସପେକ୍ଟର୍ ଲକ୍ଷ୍ମୀଧର ହାଁସଦା, ଏସ୍ଆଇ ଆଶିଷଦେବ ସାହୁ, କିଶୋର କୁମାର ନାୟକ ପ୍ରମୁଖ ଅଛନ୍ତି। ଏହାବାଦ୍ ଆହୁରି ଏକ ୧୦ଜଣିଆ ଟିମ୍ ଏଥିରେ ସାମିଲ ହୋଇଛି। ଏଥିରେ ଫରେନସିକ୍ ସାଇନ୍ସ ଲାବୋରେଟୋରି, ସାଇବର୍ ବିଶେଷଜ୍ଞ, […]









