ଓଡ଼ିଶା ଉପକୂଳରେ ଶ୍ରୀଲଙ୍କା ଅତିଥି: ସମୁଦ୍ରରେ ଚାଲିଛି ସଙ୍ଗମ, ମାର୍ଚ୍ଚରେ ଅଣ୍ଡାଦାନ
ବ୍ରହ୍ମପୁର : ଓଡ଼ିଶା ଉପକୂଳରେ ଆସି ପହଞ୍ଚି ସାରିଛନ୍ତି ପ୍ରକୃତିର ବିରଳ ଅଲିଭ୍ ରିଡ୍ଲେ କଇଁଛ। ସୁଦୂର ଶ୍ରୀଲଙ୍କା ଉପକୂଳରୁ ଆସିଥିବା ଏହି ଅତିଥି ସାମୁଦ୍ରିକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏବେ ଋଷିକୁଲ୍ୟା ନଦୀ ମୁହାଣ ନୀଳ ସମୁଦ୍ର ଭିତରେ କଇଁଛଙ୍କ ସଙ୍ଗମ ଚାଲିଛି। ଏଥିପାଇଁ ପ୍ରୟାଗୀ ଠାରୁ ଆର୍ଯ୍ୟପଲ୍ଲୀ ୨୦ କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍ କରାଯାଇଛି। ସେହିପରି ଟ୍ରଲର୍ ଯାତାୟାତ ଉପରେ ମଧ୍ୟ କଟକଣା ଜାରି […]









