ଜମି ବିବାଦ: ସେନା କର୍ମଚାରୀଙ୍କୁ ଗୁଳିକରି ହତ୍ୟା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଜମି ବିବାଦକୁ ନେଇ ସୋମବାର ଦିନ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସେନା କର୍ମଚାରୀ ଅନିରୁଦ୍ଧ ନାୟକ(୨୫)ଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଅନିରୁଦ୍ଧ ପଞ୍ଜାବରେ ସେନାର ଟେକ୍ନିକାଲ ବିଭାଗରେ କାମ କରୁଥିଲେ। କିଛି ଦିନ ତଳେ ଛୁଟି ନେଇ ସେ ଘରକୁ ଆସିଥିଲେ। ପଡ଼ୋଶୀଙ୍କ ସହ […]









