ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟିଲେ ପ୍ରତିନିଧି
ଭୁବନେଶ୍ବର: ୮ଦଫା ଦାବିରେ ଦୀର୍ଘ ୪୫ଦିନ ଧରି ଲୋୟର୍ ପିଏମ୍ଜିରେ ଧାରଣାରେ ବସିଥିବା ଅଙ୍ଗନବାଡ଼ି କର୍ମୀମାନେ ଆଜି ରାଜଧାନୀରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଲୋୟର୍ ପିଏମ୍ଜିରୁ ଏକ ବିଶାଳ ଶୋଭାଯାତ୍ରାରେ ଆଜି ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ରାଜମହଲ ଛକରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲେ ବି କୌଣସି ଅପ୍ରୀତିକର ପରିସ୍ଥିତି ସେମାନେ ସୃଷ୍ଟି କରିନଥିଲେ। ଅଙ୍ଗନବାଡ଼ି ମହାସଂଘର ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେବେ […]









