ଦକ୍ଷିଣ ରାଜ୍ୟ ଉପରେ ବିଜେପିର ଫୋକସ୍: ମିସନ କର୍ଣ୍ଣାଟକ, ତେଲେଙ୍ଗାନା ପାଇଁ ରଣନୀତି ପ୍ରସ୍ତୁତ
ନୂଆଦିଲ୍ଲୀ: ଉତ୍ତର ଭାରତରେ ନିର୍ବାଚନୀ ସଫଳତା ପାଇଥିବା ବିଜେପିର ଫୋକସ ଏବେ ଦକ୍ଷିଣ ରାଜ୍ୟ ଉପରେ ରହିଛ। ଦଳ କର୍ଣ୍ଣାଟକ ଓ ତେଲେଙ୍ଗାନା ମିସନକୁ ସଫଳ କରିବା ପାଇଁ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ୁଛି। କଂଗ୍ରେସର ଦୁର୍ବଳ ସାଂଗଠନିକ ସ୍ଥିତିର ଫାଇଦା ଉଠାଇ ବିଭିନ୍ନ ଆଞ୍ଚଳିକ ଦଳ ଏବେ ଶକ୍ତିଶାଳୀ ସ୍ଥିତିରେ ଥିବାରୁ ବିଜେପି ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି। ଏହା ସତ୍ତ୍ବେ ବିଜେପି ପୌରନିର୍ବାଚନଗୁଡ଼ିକରେ ମିଳିଥିବା ସଫଳତାକୁ ପାଥେୟ କରି ବଡ଼ ଆଶା ନେଇ ଆଗକୁ ବଢ଼ୁଛି। […]









