ସୂଚନା ଅଧିକାର ତଥ୍ୟ ପାଇଁ ଜମା କଲେ ୬୭ ହଜାର!
ନୀଳଗିରି: ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା ପାଇଁ ଜଣେ ପୂର୍ବତନ ବିଧାୟକ ପୈଠ କଲେ ୬୭ ହଜାର ୯୮୨ ଟଙ୍କା। ବିଶ୍ବାସ ହେଉ ନଥିଲେ ମଧ୍ୟ ଏହା ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ରେ। ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଫଳରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କିଛି ମାସ ପୂର୍ବରୁ ସୂଚନା ଅଧିକାର ଆଇନ ବଳରେ […]









