‘ଅଗ୍ନି-୫’ର ପରୀକ୍ଷଣ
ବାଲେଶ୍ବର/ଚାନ୍ଦିପୁର/ଧାମରା : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଭାରତ ଗୁରୁବାର ଦିନ ‘ଅଗ୍ନି’ ସିରିଜ୍ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷା କରିଛି। ଗୁରୁବାର ସନ୍ଧ୍ୟା ୫ଟା ୫୦ ମିନିଟ୍ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା ଧାମରା ନିକଟ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ୍ ଦ୍ବୀପର ୪ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ଏହାର ପରୀକ୍ଷଣ କରିଛି। ‘ଅଗ୍ନି-୫’ ହେଉଛି ଅନ୍ତଃମହାଦେଶୀୟ […]









