ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାରୁ କଣାସରେ ବୋମାମାଡ, ପୋଲିସର ଛାନଭିନ୍

ନିମାପଡା ୩୧/୦୭: ପୁରୀ ଜିଲ୍ଲା କଣାସରେ ବୋମା ମାଡ଼ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମାମାଡ଼ । ରଘୁ ମାନ ସିଂହଙ୍କ ଘରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ୭/୮ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଛନ୍ତି । ଘର ଗ୍ରୀଲ ଦେଇ ଏହି ବୋମାମାଡ଼ କରାଯାଇଛି । ଘଟଣା ସ୍ଥଳରେ କଣାସ ଗଡ଼ିଶା ଗୋଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବୋମାମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା […]

ଅପରାଧ ରାଜ୍ୟ

ଅଭାବନୀୟ ଘଟଣା, ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ୱଲପୁର ୩୧/୦୭: ସମ୍ୱଲପୁର ଥାନା ବୁର୍ଲା ଥାନା ଅଂଚଳରେ ଅଭାବନୀୟ ଘଟଣା । ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥବା ଅଭିଯୋଗ । ବିଳମ୍ବିତ ରାତ୍ରିରେ ଘଟିଛି ଏହି ଘଟଣା । ଘଟଣା ପରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି । ତେବେ ଘଟଣା ପରେ ପୋଲିସ କିଛି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗୋବିନ୍ଦପୁରରେ ବ୍ୟାପୁଛି ଝାଡାବାନ୍ତି, ଦୂଷିତ ପାଣି ମୁଖ୍ୟ କାରଣ କହିଲେ ବିଶେଷଜ୍ଞ

ମୋହନା ୩୧/୦୭: ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁରରେ ବ୍ୟାପିଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ ନାବାଳିକାର ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ରେ ପହଞ୍ଚିଥିବା ବେଳେ ଗତକାଲି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଆସିଷ୍ଟାଣ୍ଟ ଡାଇରେକ୍ଟର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ପାଣି ନମୁନାରୁ କୋଲିଫର୍ମ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ଜଣାପଡ଼ିଛି ବୋଲି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି […]

ଅପରାଧ ରାଜ୍ୟ

ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

ସୋରୋ ୩୧/୦୭ : ନିଖୋଜ ଥିବା ମହିଳାଙ୍କର ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହକୁ ଉଦ୍ଧାର କଲେ ଗ୍ରାମବାସୀ । ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଘଟିଛି ଘଟଣା । ମୃତ ମହିଳା ହେଲେ କୁନୁ ଲତା ନାୟକ । କୁନୁ ନିଖୋଜ ଠାରୁ ସ୍ୱାମୀ ଧନେଶ୍ୱର ନାୟକ ଫେରାର ଥିବା ନେଇ ପୋଲିସ ପକ୍ଷରୁ ସୂଚନା । ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ସିମୁଳିଆ ଥାନା ବାଲିମେଧ ଗାଁରୁ […]

ଅପରାଧ ରାଜ୍ୟ

ଛୁଆ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ, ଥାନାରେ ଜିମା ଦେଲେ ଗାଁ ଲୋକ

କଣ୍ଟାବାଞ୍ଜି ୩୦।୭: ଛୁଆ ଚୋର ସନ୍ଦେହ କରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଥାନାରେ ଜିମା ଦେଲେ ଗାଁ ଲୋକ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ପଂଚାୟତ ଟିକରାପଡା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗାଁରେ ଜଣେ ଅଣଓଡ଼ିଆ ବୁଲାବୁଲି କରୁଥିବା ବେଳେ ତାଙ୍କୁ କିଛି ଲୋକ ଗାଁରେ କ’ଣ କରୁଛ ବୋଲି ପଚରାଉଚରା କରିଥିଲେ । ସେ ଠିକରେ ଓଡ଼ିଆ ଭାଷା କହି ପାରୁନଥିବା ବେଳେ ଛୁଆ […]

ଅପରାଧ ରାଜ୍ୟ

ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ, ବିଚ୍ ରାସ୍ତାରେ ହାଇୱା ‌ହେଲପରଙ୍କୁ ନିସ୍ତୁକ ମାଡ

ପୁରୀ ୩୦।୭: ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ବିଚ୍ ରାସ୍ତାରେ ହାଇୱା ‌ହେଲପରଙ୍କୁ ମାଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକଳର ଅନିଆ ବିଶ୍ବାଳ ନାମକ ଜଣେ ଅଟୋ ଚାଳକ ପଡୋଶୀ ଗ୍ରାମ ଭଣ୍ଡାରିଦଣ୍ଡାର ହାଇୱା ହେଲପର ଅମର ପରିଡାଙ୍କୁ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବେଲ୍ଟରେ ପିଟି ପିଟି ଅମରଙ୍କୁ ରକ୍ତାକ୍ତ କରିଛି […]

ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଇ ଓଲଟିଲା ସ୍କୁଲ ଅଟୋ, ୮ ଛାତ୍ରଛାତ୍ରୀ ଆହତ

ସାନଖେମୁଣ୍ଡି ୩୦।୦୭ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଅଟୋ । ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଦେଉଳିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା। ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିକଟସ୍ଥ ନୂଆ ପେଣ୍ଠ ଗ୍ରାମରୁ ସ୍କୁଲ ପିଲା ମାନେ ଯାଉଥିଲେ । ବାଇକ ସହ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତା କଡ଼କୁ ଓଲଟି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୨୦୪୦୮ କରୋନା ପଜିଟିଭ୍

ନୂଆଦିଲ୍ଲୀ ୩୦/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟ୍‌କା, ଜାତୀୟ SC/ST କମିଶନଙ୍କ ପକ୍ଷରୁ କମିଶନରେଟ ପୁଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

କଟକ ୩୦।୦୭: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟ୍‌କା । ସୁଜିତ୍‌ ଦଳେଇଙ୍କୁ ଜାଣିଆଣ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଅଭିନେତା ଅନୁଭବଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍‌ ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି । ସେହିପରି ପୂର୍ବରୁ ସାଂସଦ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କଷ୍ଟ ସହିପାରୁନି, ତୁ ସେଇଟା ବୁଝି ପାରିବୁନି… ପ୍ରକୃତି-ବାବୁସାନଙ୍କ ଅଡିଓ ଭାଇରାଲ !

ଭୁବନେଶ୍ୱର ୨୯।୦୭ : ‘ପତି- ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ୭ ଦିନ ବିତିଥିଲେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାରି ଭିତରେ ବାବୁସାନ୍‌ -ପ୍ରକୃତି ମିଶ୍ରଙ୍କ ଏକ ଅଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଫୋନ୍‌ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍‌ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ […]