ଗାଁକୁ ନଥିଲା ଭଲ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ
ସମ୍ବଲପୁର ୨୯।୦୭ : ଖଟିଆରେ ବୁହା ହେଲେ ଗର୍ଭବତୀ । ସମ୍ବଲପୁର ଜିଲ୍ଲା କେସାପାଲି ପଞ୍ଚାୟତ ମିର୍ଦ୍ଧାପଡ଼ାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ପ୍ରାୟ ଦେଢ କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ । ଖବର ଅନୁଯାୟୀ, କୋଲଗାଁ ମିର୍ଦ୍ଧାପଡ଼ାରେ ରହୁଥିବା ଅନିତା ମିଦ୍ଧା ୮ ମାସର ଗର୍ଭବତୀ ଥିବାବେଳେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା । ମହିଳାଙ୍କ ଚିକିତ୍ସା ପାଇଁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକେ । ମିର୍ଦ୍ଧାପଡାକୁ […]