ଅପରାଧ ରାଜ୍ୟ

ଗାଁ ଗହଳିରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା, ପୂଜାପାଠ କରି ଅସୁସ୍ଥଙ୍କୁ ଚେଙ୍କ ଦେଲେ ଦିସାରୀ

ମୋହନା ୨।୮: ଆଧୁନିକ ଯୁଗରେ ଉନ୍ନତ ଚିକିତ୍ସା ସତ୍ତ୍ବେ ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ । ଗାଁ ଗହଳିର ଲୋକଙ୍କ ଦେହ ଖରାପ ହେଲେ ଏବେବି ଚେଙ୍କ ଚିକିତ୍ସା ଭରସା । ଲୋକେ ଡାକ୍ତରଖlନା ଯିବା ପରିବର୍ତ୍ତେ ଡାକୁଛନ୍ତି ଦିସାରିକୁ । ଏଭଳି ଅଭାବନୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁରୁଣାପାଣି ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ରୁବାଲ ଗାଁର କିଛି ଶିଶୁ ଓ ମହିଳାଙ୍କ […]

ଅପରାଧ ରାଜ୍ୟ

ସାମାନ୍ୟ ବଚସାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣଙ୍କୁ ହତ୍ୟା

ଟାଙ୍ଗୀ ୨।୮: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ହତ୍ୟାକାଣ୍ଡ । ସାମାନ୍ୟ ବଚସାକୁ ନେଇ ଦୁଇ ପରିବାର ମଧ୍ୟରେ ତୁମୂଳକାଣ୍ଡ ଘଟିଥିଲା । ପରେ ଏହା ଉଗ୍ର ରୂପ ନେଇ ଜଣଙ୍କର ମୁଣ୍ଡ ଗଡିଛି । ମୃତ ବ୍ୟକ୍ତି ଜଣଙ୍କ ବାଲୁଗାଁ ଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମର ରଙ୍କନାଥ ସାହୁ । ବାଲୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, […]

ଅପରାଧ ରାଜ୍ୟ

ଅନୈତିକ ସମ୍ପର୍କରୁ ବିଭତ୍ସ ହତ୍ୟାକାଣ୍ଡ ! ପଥରରେ ଛେଚି ଛେଚି ଜଣଙ୍କୁ ହତ୍ୟା

ଦେବଗଡ଼ ୦୨।୦୮ : ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଠିଆନାଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତି ଠିଆନାଳ ଗାଁର ହୃଷି ବାଘଙ୍କ ପୁଅ ଅପି ବାଘ (୪୩ ବର୍ଷ) ବୋଲି ଜଣାପଡିଛି। ଖବର ଅନୁଯାୟୀ, ଅପିଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା କେନ୍ଦୁପତ୍ର ଫଡି ନିକଟରୁ ହିଞ୍ଜଳି ନଦୀ କୂଳରୁ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ […]

ଅପରାଧ ରାଜ୍ୟ

ଜେଲ୍ ଗଲେ ଫେରାର ପ୍ରିନ୍ସିପାଲ, କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ ଆଦିକନ୍ଦ

ଉଦଳା ୦୨/୦୮: ଜେଲ୍ ଗଲେ ଫେରାର ପ୍ରିନ୍ସିପାଲ । କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପରେ ଦୀର୍ଘ ମାସ ହେବ ଫେରାର ଥିବା ପ୍ରିନ୍ସିପାଲ ଶେଷରେ ଜେଲ ହାଜତକୁ ଯାଇଛି । ଉଦଳା ଥାନା ଅଧିନ ରାଢୋ ଲୁଇପା ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ । କଲେଜରେ ବି-ଭୋକ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ସେ ମିଥ୍ୟା କାଗଜପତ୍ର ଦର୍ଶାଇ ଟଙ୍କା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ବୁଧବାର ୦୨।୦୮: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଏ । ବନକଲାଗି ନୀତିରେ ଦତ୍ତମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ସେହିପରି ବନକଲାଗି ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହି ନୀତି ପାଇଁ ସାଧାରଣତଃ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, […]

ଅପରାଧ ରାଜ୍ୟ

ବଡ଼ମ୍ବା ଜଙ୍ଗଲରୁ ହାତୀ କଙ୍କାଳ ମିଳିବା ଘଟଣା, ନିଲମ୍ବିତ ଫରେଷ୍ଟର ଗିରଫ

ଆଠଗଡ଼ ୦୨।୦୮ : କଟକ ବଡମ୍ବା ଜଙ୍ଗଲରୁ ହାତୀ କଙ୍କାଳମିଳିବା ଘଟଣା । ନିଲମ୍ବିତ ହୋଇ ଫେରାର ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଗିରଫ । ବଡ଼ମ୍ବା ରେଞ୍ଜର ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଦୀର୍ଘଦିନ ଧରି ଫେରାଇ ଥିବା ବେଳେ ବନ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଠଗଡ଼ ଡିଏଫ୍ ଓ ସୂଚନା ଦେଇଛନ୍ତି । ତେବେ ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ […]

ରାଜ୍ୟ ରାଶିଫଳ

ଅଗଷ୍ଟ ୦୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ । ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ । ରୋଗୀ- ୟୋଗା […]

ଦେଶ ବିଦେଶ ମନୋରଞ୍ଜନ

କରୀନାଙ୍କ ବଦଳିଲା ମନ, ସାଉଥ ଫିଲ୍ମରେ ଆସିବେ ନଜର…

ମୁମ୍ବାଇ ୩୧।୦୭: ବୟସ ୪୦। ଦୁଇ ସନ୍ତାନର ମା’ ହୋଇସାରିଲେଣି । ତଥାପି କମିନି ଜୱାନୀର ଜଲୱା । ଟିକିଏ ବି ଫିକା ପଡ଼ିନାହିଁ ସୁନ୍ଦରତା। ଦିନକୁ ଦିନକୁ ଷ୍ଟାଇଲିସ୍‌ ଦେଖାଯାଉଛନ୍ତି କରୀନା। ବରଂ ଦିନକୁ ଦିନ ଆହୁରି ଝଟକୁଛନ୍ତି । ଆଜି ଯାଏ କହିଆସିଛନ୍ତି ସେ ଯେତେଦିନ ଚାହିଁବେ ସେତେଦିନ ଅଭିନୟ କରିବେ । କିନ୍ତୁ ବଲିଉଡ ବାହାରେ ନୁହେଁ । ଯେଉଁ ଚରିତ୍ର ମିଳୁ ପଛେ ବଲିଉଡ ଛାଡ଼ି କୁଆଡ଼େ ଯିବେ ନାହିଁ । […]

ଦେଶ ବିଦେଶ ମନୋରଞ୍ଜନ

‘ପଠାନ୍‌’ପାଇଁ ଦୁଇ ବର୍ଷ ପରିଶ୍ରମ କରିଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ ୩୧।୦୭: ପ୍ରାୟ ୫୭ ବର୍ଷ ବୟସରେ ମଧ୍ୟ ଚର୍ଚ୍ଚାରେ ଶାହରୁଖ ଖାନ । ବର୍ତ୍ତମାନ ସେ ଯାହା କରି ଦେଖାଇ ଦେଇଛନ୍ତି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତିରେ ସେ ଅନେକଙ୍କୁ ଟକ୍କର ଦେବାରେ ସମର୍ଥ। ଏଥିପାଇଁ ସେ ଦୁଇବର୍ଷ ହେବ ଶରୀରରୁ ସ୍ୱେଦ ଝରାଇ ଶରୀରକୁ ଆହୁରି ମଜଭୁତ କରିଛନ୍ତି। ବର୍ତ୍ତମାନ ବଲିଉଡରେ ଫିଲ୍ମ ‘ପଠାନ’ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜଠାରୁ ବୟସରେ ଅନେକ ସାନ ଅଭିନେତାମାନଙ୍କୁ ମଧ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୨୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୩୧/୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୧୪୦୫ କୁ ବୃଦ୍ଧି […]