ରିଲିଜ୍ ହେଲା ଫିଲ୍ମ ‘ଦୋବାରା’ର ଟ୍ରେଲର, ଦମ୍ଦାର ଭୂମିକାରେ ନଜର ଆସିଲେ ତାପସୀ
ମୁମ୍ବାଇ ୧୮।୦୮: ରିଲିଜ୍ ହୋଇଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଦୋବାରା’ର ନୂଆ ଟ୍ରେଲର୍ । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ। ଯିଏକି ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ କରୁଛି । ଟ୍ରେଲର୍ରେ ପୋଲିସ ଭୂମିକା ନିର୍ବାହ କରିଥିବା ପାଭେଲ୍ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା ଟେଲିଭିଜନ୍ ସେଟ୍ ତାଙ୍କ ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଦେଖିବାକୁ ମିଳିଛି […]