ନବରଙ୍ଗପୁର ୧୮।୮: ଟିକା ନେଇ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହାକୁ ନେଇ ପାପଡାହାଣ୍ଡି ମେଡିକାଲ ଅଫିସରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ୪ ମାସର ଶିଶୁ କନ୍ୟାକୁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଟିକା ଦେଇଥିଲେ । ଟିକାକରଣ ପ୍ରାୟ ଏକ ଘଣ୍ଟା ପରେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିଲା । ଟିକା ଦେବାପରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ପାପଡାହାଣ୍ଡି ମେଡିକାଲ ଅଫିସରଙ୍କ ନିକଟରେ ଲିଖିତ ଅଭିଯୋଗ କରଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକ ଦୁଃଖ ପ୍ରକାଶ କରିଛନ୍ତି ।