ଆଣ୍ଠେଇଛି ମାଳ ମାଳ ପ୍ରକଳ୍ପ, ବିରୋଧୀଙ୍କ ଆନ୍ଦୋଳନ ପ୍ରଭାବଶୂନ୍ୟ
ରାଉରକେଲା: ବିରୋଧୀଙ୍କ ନୀରବତାରୁ ସହରର ମାଳ ମାଳ କେନ୍ଦ୍ର ଓ ରାଜ୍ୟ ପ୍ରକଳ୍ପ ଆଣ୍ଠେଇଛି। କେଉଁଠ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କାମ ଆଗଉନି। ଅନ୍ୟ କେଉଁଠି ଟଙ୍କା ପଡିଥିଲେ ପ୍ରକଳ୍ପର ନାଁ ଗନ୍ଧ ନାହିଁ। ପ୍ରଶାସନିକ ଅଧିକାରୀ, ବିଭାଗର ଅବହେଳାକୁ ଦାୟୀ କରି ଉଭୟ ବିଜେପି ଓ କଂଗ୍ରେସ ପ୍ରତିବାଦର ସ୍ବର ଉଠାଉଛନ୍ତି। ମାତ୍ର ଏମାନଙ୍କ ବିରୋଧର ସ୍ବର ପ୍ରଭାବଶୂନ୍ୟ ରହିଛି। ଯାହାର ଫାଇଦା ଉଠାଉଛନ୍ତି ଉଭୟ ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ଠିକା ସଂସ୍ଥା। […]









