Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କଟକରୁ ଉଠିଯିବ ୮୬ ବର୍ଷ ପୁରୁଣା ପାଥୋଲୋଜି ଲାବୋରେଟୋରି!
    ରାଜ୍ୟ

    କଟକରୁ ଉଠିଯିବ ୮୬ ବର୍ଷ ପୁରୁଣା ପାଥୋଲୋଜି ଲାବୋରେଟୋରି!

    NewsLaxmi7By NewsLaxmi7April 7, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    କଟକ : ୧୯୩୭ ମସିହାରୁ କଟକରେ ରହି ଆସିଥିବା ରାଜ୍ୟ ପାଥୋଲୋଜି ଲାବୋରେଟୋରି ଭୁବନେଶ୍ବରକୁ ଉଠାଇ ନିଆଯିବ। ଗୋଟିଏ ପଟେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଏଭଳି ଐତିହାସିକ ଅନୁଷ୍ଠାନକୁ କେଉଁ ଉଦ୍ଦେଶ୍ୟରେ କଟକରୁ ଉଠାଇ ନେବାକୁ ଯୋଜନା କରୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ୮୬ବର୍ଷର ପୁରୁଣା ରାଜ୍ୟ ପାଥୋଲୋଜି ଲାବୋରେଟୋରିକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ନିର୍ମାଣ ଚାଲିଥିବା ଏକ ୫ମହଲା କୋଠାକୁ ସ୍ଥାନାନ୍ତର କରିବା ପାଇଁ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛି ବର୍ଷ ଭିତରେ ଏହାକୁ ସଂପୂର୍ଣ୍ଣଭାବେ ସେଠାକୁ ସ୍ଥାନାନ୍ତର କରି ନେବାର ଯୋଜନା ରହିଛି। ୧୯୩୭ରେ କଟକରେ ଖୋଲାଯାଇଥିବା ଏହି ଲାବୋରେଟୋରିରେ ସେହି ସମୟରେ କଲେରା ଭ୍ୟାକସିନ୍‌ ପ୍ରସ୍ତୁତ ହେଉଥିବା କୁହାଯାଏ। ପରବର୍ତ୍ତୀ ସମୟରେ ଯଦିଓ ଏହା ବନ୍ଦ କରାଗଲା, କିନ୍ତୁ ଏବେ ବି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେଡିକୋଲିଗାଲ ମାମଲାର ପରୀକ୍ଷା ଏହି ଲାବୋରେଟୋରିରେ କରାଯାଉଛି।

    ଏସ୍‌ସିବି ସଂପ୍ରସାରଣ ଯୋଜନା ପରେ ମାଟିରେ ମିଶିଗଲା ଐତିହାସିକ କୋଠା

    କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପୂର୍ବରୁ ଏହି ପାଥୋଲୋଜି ଲାବୋରେଟୋରି ପ୍ରତିଷ୍ଠା ହୋଇଥିଲା। ଯେଉଁଠି ଏସ୍‌ସିବି ମେଡିକାଲ ପବ୍ଲିକ୍‌ ସ୍କୁଲ ରହିଥିଲା, ତା ନିକଟରେ ରହିଥିଲା ଏହି ରାଜ୍ୟ ପାଥୋଲୋଜି ଲାବୋରେଟୋରି। ଏସ୍‌ସିବିକୁ ଆସୁଥିବା ରୋଗୀଙ୍କ ସମସ୍ତ ପରୀକ୍ଷା ପୂର୍ବରୁ ସେଠାରେ କରାଯାଉଥିଲା। ପରେ ପରେ କଟକ ବଡ଼ଡାକ୍ତରଖାନା ମେଡିକାଲ କଲେଜ ମାନ୍ୟତା ପାଇବା ପରେ ସେଠାରେ ନିଜସ୍ବ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେବା ପ‌ରଠାରୁ ଧୀରେ ଧୀରେ ଏହାର ଗୁରୁତ୍ବ କମିଯାଇଥିଲା। କିନ୍ତୁ ମେଡିକୋଲିଗାଲ ସଂପର୍କିତ ପରୀକ୍ଷା, ବିଶେଷକରି ଶିଶୁ ‌ଯୌନଉତ୍ପୀଡନ ମାମଲାର ପରୀକ୍ଷା ଏହି ଲାବୋରେଟୋରିରେ କରାଯାଉଥିଲା।

    ପ୍ରଥମେ ଏଠି ୩୦ଜଣ କର୍ମଚାରୀ ରହିଥିବା ବେଳେ ବର୍ତ୍ତମାନ ତାହାକୁ ୨କୁ ହ୍ରାସ କରାଯାଇଛି। ଜଣେ ଡାକ୍ତର ତଥା ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀ ଓ ଜଣେ ଲାବୋରେଟୋରି ଟେକ୍ନିସିଆନଙ୍କୁ ନେଇ ଚାଲିଛି ଏହି ଐତିହାସିକ ଲାବୋରେଟୋରି। ଏସ୍‌ସିବି ସଂପ୍ରସାରଣ ଯୋଜନାରେ ଏହାର କୋଠା ମାଟିରେ ମିଶିଯାଇଥିବା ବେଳେ ଏବେ ଏହା ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨ୟ ମହଲାରେ କାମ କରୁଛି। ଯାହାଫଳରେ ଅଧା ଯନ୍ତ୍ରପାତି ବି ରଖିବାକୁ ବି ସେଠାରେ ସ୍ଥାନ ନାହିଁ। ୪୮କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ତିଆରି ହେଉଥିବା ‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଲାବୋରେଟୋରି ସହିତ ଏହାକୁ ସଂପୂର୍ଣ୍ଣ ମିଶାଇ ଦେବାର ଯୋଜନା ରହିଛି। ସେଠାରେ ସମସ୍ତ ପ୍ରକାର ଗବେଷଣା ସହ ବିଭିନ୍ନ ଭୂତାଣୁ ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇ ଗବେଷଣା କରାଯିବ। ଏ ସଂପର୍କରେ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ ବିଶ୍ବାଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ବର୍ତ୍ତମାନ ଏଠାରେ ମେଡିକୋଲିଗାଲ ମାମଲାର ପରୀକ୍ଷା ହେଉଛି। ଏହାକୁ ଭୁବନେଶ୍ବର ଉଠାଇ ନିଆଯିବା ସଂପର୍କରେ ସେ କହି ପାରିବେନି କିନ୍ତୁ ସେ ବି ଏ ସଂପର୍କରେ ଶୁଣୁଛନ୍ତି ବୋଲି କହିଛନ୍ତି।

    କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ ହେଉଥିବା ବେଳେ ଏହି ଐତିହାସିକ ଲାବୋରେଟୋରିକୁ କଟକରେ ନ ରଖି ତାହାକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରି ଭୁବନେଶ୍ବର ଉଠାଇ ନେବା କି ଉଦ୍ଦେଶ୍ୟ ସାଧନ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବିଦ୍ୟୁତ୍ କେଳେଙ୍କାରୀର ଆଉ ଏକ ଫର୍ଦ୍ଦ: ସର୍ତ୍ତ ମାନିଲେନି, ଲୁଟିଲେ
    Next Article ନିପନ ଷ୍ଟିଲ୍‌ କାରଖାନା ବୁଲିଲେ ମୁଖ୍ୟମନ୍ତ୍ରୀ, ସମୁଦ୍ର ପୋତାଯାଇ ତିଆରି ହୋଇଛି
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଘରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏସବୁ ଗଛ : ନଚେତ୍ ଭୋଗିବେ ଘୋର ଅସୁବିଧା

    December 19, 2020

    କୋଣାର୍କ ସମୁଦ୍ର କୂଳରୁ ନରକଙ୍କାଳ ଉଦ୍ଧାର, କଙ୍କାଳଟି କାହାର ସେନେଇ ଚାଲିଛି ଖୋଳତାଡ

    August 25, 2022

    ବିଶ୍ବକୁ ଅଧିକ ସମାଲୋଚକଙ୍କ ଆବଶ୍ୟକତା ନାହିଁ

    April 16, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.