ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କେଉଁ ବୟସରେ ପିଲା ଯିବେ ସ୍କୁଲ? ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬ ବର୍ଷ ରଖାଯାଇଛି। ଯେତେବେଳେ କି ରାଜ୍ୟ ସରକାରଙ୍କ ସଦ୍ୟପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୫ରୁ ୭ ବର୍ଷ ଧାର୍ଯ୍ୟ ହୋଇଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ନିୟମ। ଆଉ ଅନ୍ୟପଟେ ରାଜ୍ୟ ସରକାରଙ୍କର। କେଉଁଟାକୁ ମାନିବେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ? ଯଦି କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଅଭିଭାବକ ନିଜ ପିଲାଙ୍କ ନାମଲେଖା କରାଉଛନ୍ତି ତେବେ ପିଲା ପାଠପଢ଼ାରେ ପଛେଇ ଯିବ। ଯଦି ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ନାମଲେଖା କରୁଛନ୍ତି ତାହା ହେଲେ ୫ବର୍ଷରେ ୟୁକେଜି ଶେଷ ପରେ ସିବିଏସ୍ଇ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳକୁ ପିଲାଟି ମାନସିକ ଭାବେ ପ୍ରଭାବିତ ହେବା ସହ ପାଠପଢ଼ାଠାରୁ ଦୂରେଇ ଯିବାର ଆଶଙ୍କା ପ୍ରକାଶ ପାଇଛି। ନାମଲେଖା ଋତୁ ଚାଲିଥିବା ବେଳେ ଏଭଳି ଗୋଲକ ଧନ୍ଦାରେ ଘାଣ୍ଟି ହେଉଛନ୍ତି ଓଡ଼ିଶାର ଲକ୍ଷାଧିକ ଅଭିଭାବକ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନାମଲେଖା ବୟସ ଟଣାଓଟରାର ପ୍ରଭାବ ଯେ କେବଳ ପ୍ରଥମ ଶ୍ରେଣୀ ନାମଲେଖା ଉପରେ ପଡ଼ିଛି ତାହା ନୁହେଁ। ବରଂ ପିଲାର ପ୍ରି-ସ୍କୁଲ ପାଠପଢ଼ା କେତେ ବର୍ଷରୁ ଆରମ୍ଭ ହେବ ତାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ୩ ବର୍ଷ ବୟସ ପିଲାଙ୍କ ନାମଲେଖା କେଉଁ ଶ୍ରେଣୀରେ ହେବ। ଯଦି ନର୍ସରିରେ ନାମ ଲେଖାଉଛନ୍ତି ତେବେ ୪ବର୍ଷରେ ଏଲ୍କେଜି, ୫ବର୍ଷରେ ୟୁକେଜି ଶ୍ରେଣୀରେ ପଢ଼ିବା ପରେ ପ୍ରଥମ ଶ୍ରେଣୀ ବେଳକୁ ପିଲାଟିକୁ ୬ ବର୍ଷ ହୋଇଯାଇଥିବ। ତେଣୁ ରାଜ୍ୟ ସରକାରଙ୍କ ୫ବର୍ଷ ନିୟମ ଅନୁଯାୟୀ ପିଲାଟି ଅନ୍ୟମାନଙ୍କଠାରୁ ପଛରେ ପଡ଼ିବା ଏକପ୍ରକାର ଥୟ।
ସ୍କୁଲ କର୍ତ୍ତୃପକ୍ଷଙ୍କ କଥା ଅନୁରୂପ ଭାବେ ସମାନ। ସେମାନେ କେଉଁ ଆଧାରରେ ପିଲାଙ୍କ ନାମଲେଖା କରାଇବେ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ୫ରୁ ୭ ବର୍ଷ ବୟସର ପିଲାଙ୍କ ନାମଲେଖା ପ୍ରଥମ ଶ୍ରେଣୀରେ ହେବ। ବିଦ୍ୟାଳୟଗୁଡ଼ିକ ଏଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ କୁହାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ନାମଲେଖା ସମୟରେ ଗତବର୍ଷ ଯେଉଁ ନିୟମ ରହିଥିଲା ତାହାକୁ ପାଳନ କରିବାକୁ ଡିଇଓ ଓ ବିଇଓମାନେ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେବେ। ମାତ୍ର ବିଭାଗ ଅଧୀନରେ ଥିବା ବେସରକାରୀ ବିଦ୍ୟାଳୟଗୁଡ଼ିକ କେଉଁ ଆଧାରରେ ପିଲାଙ୍କ ନାମ ଲେଖାଇବେ। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ସିବିଏସ୍ଇ ଅଧୀନରେ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହ ସହବନ୍ଧିତ ଅଛନ୍ତି। ତେଣୁ ସେମାନେ କେନ୍ଦ୍ର ନା ରାଜ୍ୟ ନିର୍ଦ୍ଦେଶ ପାଳନ କରିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବା କଥା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଲଗା ଅଲଗା ବୟସ ଧାର୍ଯ୍ୟ ଦ୍ବାରା ଅଭିଭାବକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷକରି ସହରାଞ୍ଚଳ ଅଭିଭାବକ ଏବେ ଦୋଛକିରେ। କାରଣ ଅଧିକାଂଶ ଅଭିଭାବକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଯାଉଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ୫ବର୍ଷ ସୁଦ୍ଧା ଗୋଟିଏ ପିଲା ପ୍ରି-ସ୍କୁଲ ପାଠପଢ଼ା ଶେଷ କରୁଛି। ସିବିଏସ୍ଇ ଅଧୀନ ବିଦ୍ୟାଳୟରେ ପଢ଼ିବାକୁ ଚାହିଲେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ପିଲାର ମାନସିକତା ଓ ଇଚ୍ଛାଶକ୍ତି ହ୍ରାସ ପାଇବ। ଆଗକୁ ଆଉ ପଢ଼ିବାକୁ ଆଗ୍ରହ କମିଯିବ। କୋଭିଡ୍ ସମୟରେ ଜାତୀୟ ଶିକ୍ଷା ନୀତି ଅଣାଯାଇଥିଲା ଏବଂ ୨୦୨୨-୨୩ରେ ଲାଗୁ କରାଗଲା। ହଠାତ୍ ଏଭଳି ନିଷ୍ପତ୍ତି ଦ୍ବାରା ଗତବର୍ଷ ମଧ୍ୟ କିଛି ଛାତ୍ରଛାତ୍ରୀ ପଢ଼ିପାରି ନ ଥିଲେ। ପ୍ରଥମ ଶ୍ରେଣୀ ନାମଲେଖା ବୟସ ଦ୍ବନ୍ଦ୍ବ ଦ୍ବାରା କେନ୍ଦ୍ର ସରକାରଙ୍କ ପିଲା ୧୬ ବର୍ଷ ଓ ରାଜ୍ୟ ସରକାରଙ୍କ ପିଲା ୧୫ ବର୍ଷରେ ମାଟ୍ରିକ୍ ପରୀକ୍ଷା ଦେବେ। ଯାହାକି ପିଲାଙ୍କ ଭବିଷ୍ୟତ, ଚାକିରି ସମୟରେ ପ୍ରଭାବ ପକାଇପାରେ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l