ଅପରାଧ ରାଜ୍ୟ

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନୃଶଂସ ହତ୍ୟା

ନାଲ୍‌କୋନଗର : ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶିବରାମ ସାହୁଙ୍କୁ ଫାର୍ଶାରେ ହାଣି ବୀଭତ୍ସ ହତ୍ୟା କରାଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ଗାଁରେ ମଙ୍ଗଳବାର ସକାଳେ ତାଙ୍କୁ ବାସଭବନ ସମ୍ମୁଖରେ ଅତି ନୃଂଶସଭାବେ ଜଣେ ଯୁବକ ହତ୍ୟା କରିଛନ୍ତି। ଅଭିଯୁକ୍ତ ଯୁବକ ଜଣେ ପରାଜିତ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ଦୀପକ ବେହେରା(୩୦) ବୋଲି ଜଣାପଡ଼ିଛି। ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି। […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋର୍ଦ୍ଧା: ଜିଲ୍ଲାର ୪୭ ଭାଗ ପରିବାର ପାଇପ ଜଳ ଯୋଗାଣରୁ ବଞ୍ଚିତ

ଖୋର୍ଦ୍ଧା: ୨୦୨୪ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ, ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଘୋଷଣାର ୩ ବର୍ଷ ପରେ ରାଜ୍ୟ ସରକାର କେବଳ ୨୦ହଜାର ଘରକୁ ପାଇପ ଯୋଗେ ଜଳ ଯୋଗାଣ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଜରିଆରେ ୧ଲକ୍ଷ ୨୫ ଘରକୁ ପାଇପ ଜଳ ଯୋଗାଇଛନ୍ତି। ଏହାସତ୍ୱେ ଜିଲ୍ଲାର ୪୭ ପ୍ରତିଶତ ଘର/ପରିବାର ପାଇପ […]

ଅପରାଧ ରାଜ୍ୟ

ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

କଟକ: ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତମାନେ ହେଉଛନ୍ତି ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶ। କ୍ରାଇମ୍‌ବ୍ରାଞ୍ଚ୍‌ ସେମାନଙ୍କୁ ଧରି ଅଧିକ ପଚରାଉଚରା କରିବ। ସୂଚନା ରହିଛି ଯେ ସାଇପ୍ରକାଶ ହେଉଛନ୍ତି ଜଣେ ବିଏସ୍‌ଏନ୍‌ଏଲ୍‌ ଡିଲର୍‌ ଓ ଅବିନାଶ ତାଙ୍କର ଜଣେ କର୍ମଚାରୀ। ଅନ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ହେଉଛନ୍ତି ଏହି ବାୟର ସେଲର ଗ୍ରୁପର ମୁଖ୍ୟ ବା ମାଷ୍ଟର୍‌ମାଇଣ୍ଡ୍‌। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାକୁ ଖୋଳତାଡ଼ କରି ସବୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ମାମଲା: କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ନୂଆଦିଲ୍ଲୀ : ପୁରୀ ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ମହିଳା, ଶିଶୁ ବିଭାଗ, ମିଶନ ଶକ୍ତି ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଠାରୁ ଆକ୍ସନ ଟେକେନ୍‌ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଏଚ୍‌ଆରସିଙ୍କ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ନିମାପଡ଼ାର ବଳରାମ ରାଉତ(୩୬) ନାମକ କିନ୍ନରଙ୍କ ଆତ୍ମହତ୍ୟା ମାମଲାରେ ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟର […]

ଅପରାଧ ରାଜ୍ୟ

ଅଣପଂଜୀକୃତ ଲୋନ୍ ଆପ୍ ମାଧ୍ୟମରେ ଠକେଇ: ୬.୫୭କୋଟି ଟଙ୍କା ଅଚଳ କଲା ଇଓଡବ୍ଲୁ

ଭୁବନେଶ୍ବର : ଏନ୍‌ବିଏଫ୍‌ସି‌ରେ ପଂଜୀକୃତ ହୋଇନଥିବା କିଛି ସଂସ୍ଥାର ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ ହେବା ପରେ ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି। ଲୋକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁଗ୍ରାମର ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରାୟ ୬.୫୭କୋଟି ଟଙ୍କା ଅଚଳ କରିଦେଇଛି ଇଓଡବ୍ଲୁ। ଏହାସହ ଲୋକଙ୍କୁ ଋଣପ୍ରଦାନକାରୀ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜୁଳି ସମସ୍ୟା ସାଂଘାତିକ: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍‌ ବ୍ୟାହତ

ବରଗଡ଼ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଗୁରୁତ୍ବପୂର୍ଣ୍ଣ ଡାଏଲିସିସ୍‌ ସେବାରେ ବାଧା ସୃଷ୍ଟି ହୋଇଛି। ଫଳରେ ଦୂର ବାଟରୁ ଆସୁଥିବା କିଡ୍‌ନି ରୋଗୀ ନିରାଶ ହୋଇ ଫେରି ଯାଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ୪ଟି ପାଳିରେ ମୋଟ୍‌ ୨୪ ଜଣ ରୋଗୀଙ୍କ ଡାଇଲିସିସ୍‌ କରାଯାଏ। ଗତ ଗୋଟିଏ ସପ୍ତାହରୁ ଅଧିକ ହେଲା ଏଠାରେ ଲୋଭୋଲ୍‌ଟେଜ୍‌ ସମସ୍ୟା ଲାଗି ରହିଛି। ଫଳରେ ଠିକ ଭାବେ ଡାଇଲିସିସ୍‌ ସୁବିଧା ମିଳୁନାହିଁ। ଦିନକୁ […]

ଅପରାଧ ରାଜ୍ୟ

ନଦୀରେ ବିପଦପୂର୍ଣ୍ଣ ଯାତ୍ରା: ନିର୍ମାଣ ହୋଇପାରୁନି ବରଡ଼ିହା ପୋଲ, ଡଙ୍ଗା ଭରସା

ଗାନ୍ଧିଛକ: ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଯାତାୟାତ ସୁଗମ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ଓ ସେତୁ ନିର୍ମାଣ କରୁଛନ୍ତି। ମାତ୍ର ଏମିତି ବି ଗାଁ ଅଛି ଯେଉଁଠି ଏସବୁ ଯୋଜନା ଅପହଞ୍ଚ। ସ୍ଥାୟୀ ପୋଲ ନିର୍ମାଣ ପାଇଁ ନେତା ଓ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ୍‌ ଶ୍ରୀରାମପୁର ପଞ୍ଚାୟତର ବରଡ଼ିହା ଘାଟରେ। ଜଳକା ନଦୀର ଏହି ଘାଟ ଶ୍ରୀରାମପୁର ଓ ସାର୍ଥା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହୁଲ ଫୁଲର ଅଭାବୀ ବିକ୍ରି, ଗତ ବର୍ଷ ତୁଳନାରେ ୧୦ ଟଙ୍କା କମ୍‌ରେ ବିକ୍ରି ଚାଲିଛି

କୁଚିଣ୍ଡା : ସମ୍ବଲପୁର ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ଚାଲିଛି। ପୂର୍ବ ବର୍ଷ ତୁଳନାରେ ଏଥର ୧୦ ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି। ଗୋଟିଏ ପଟରେ ସରକାର ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଶର ୧ ନମ୍ବର ରାଜ୍ୟ ବୋଲାଉଥିବା ସମୟରେ ମହୁଳ ସଂଗ୍ରହ ନୀତିରେ ପଡ଼ୋଶୀ ତୁଳନାରେ ଭିନ୍ନ ନୀତି ରହିଛି। ସରକାରଙ୍କ ଭିନ୍ନ ନୀତି ସହିତ ଅତ୍ୟଧିକ କଟକଣା, ବିଭାଗୀୟ ଅଧିକାରୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ମହୁଲ ଫୁଲ ବିକି ଭଲ […]

ଦେଶ ବିଦେଶ ମନୋରଞ୍ଜନ

ମିଡିଆ ସାମ୍ନାରେ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ, କହିଲେ- ଭୁଲ୍ ସଂଶୋଧନ କର

ମୁମ୍ବାଇ ୩।୫: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଏବେ ତାଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କେତେବେଳେ ସେମାନେ ରିୟଲିଟି ସୋ’ ସେଟ୍‌ରେ ନଜର ଆସୁଛନ୍ତି ତ ଆଉ କେବେ ଲୋକଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି । ଏଥର କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବା ନଜରକୁ ଆସିଥିଲେ । ଏହି ସମୟରେ କିଆରା ଏମିତି କିଛି କହି ଦେଇଥିଲେ ଯାହାକୁ ଶୁଣି କାର୍ତ୍ତିକ ତାଙ୍କ […]

ଖେଳ ଦେଶ ବିଦେଶ

‘ଚେନ୍ନାଇକୁ ପ୍ଲେ-ଅଫରେ ପହଁଚାଇପାରିବେ ଧୋନୀ’- ସେହ୍ୱାଗ

ନୂଆଦିଲ୍ଲୀ ୦୩/୦୫: ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସର ମଙ୍ଗ ଧରିଛନ୍ତି । ସେ ଅଧିନାୟକ ହେଲା ପରେ ପ୍ରଥମ ମ୍ୟାଚରେ ଚେନ୍ନାଇ ଦମଦାର ବିଜୟ ହାସଲ କରିଥିଲା । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ମାତ୍ ଦେଇଥିଲା । ଏହା ସିଏସକେର ତୃତୀୟ ବିଜୟ ଥିଲା । ବିଜୟ ସତ୍ତ୍ୱେ ଚେନ୍ନାଇର ପ୍ଲେ ଅଫ୍ ଯାତ୍ରା ସେତେ ସହଜ ନୁହେଁ । କିନ୍ତୁ ଭାରତର ପୂର୍ବତନ […]